ବକେୟା ଦରମା ଓ ପୁନଃନିଯୁକ୍ତି ଦାବିରେ ପିଏଜି ସଂଘର ଦାବୀପତ୍ର

Spread the love

କନ୍ଧମାଳ,12/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ଅଧୀନରେ ଦୀର୍ଘ ୩ ବର୍ଷ ଧରି କାମ କରି ମଧ୍ୟ ପାରିଶ୍ରମିକ ପାଇ ନାହାନ୍ତି ଅସ୍ଥାୟୀ କର୍ମଚାରୀ। ଏନେଇ ମହାମହିମ ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିବା ସହ ଭୁବନେଶ୍ୱରରେ ଆନ୍ଦୋଳନ ମଧ୍ୟ କରାଯାଇଛି। ତଥାପି କୌଣସି ଫଳ ମିଳି ନାହିଁ। ଅପର ପକ୍ଷରେ ରାଜ୍ୟ ସରକାର ଏମାନଙ୍କୁ ତାଙ୍କର ପ୍ରାପ୍ୟ ଦେବା ବଦଳରେ ଛଟେଇ କରିଛନ୍ତି। ଆଜି ଏହି କର୍ମଚାରୀମାନେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କନ୍ଧମାଳ ଜିଲାପାଳଙ୍କ ଜରିଆରେ ଏହି ମର୍ମରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଛି। ଦାବୀ ଅନୁସାରେ ଜିଲାର ପ୍ରତ୍ୟେକ ପଞ୍ଚାୟତରେ ଜଣେ ଲେଖାଏଁ ପିଏଜି ଭାବରେ ନିଯୁକ୍ତି ପାଇଥିଲେ। ତେବେ ନିଯୁକ୍ତ ସମୟର ଚୁକ୍ତି ଅନୁସାରେ ସେମାନଙ୍କୁ ପାରିଶ୍ରମିକ ଦିଆଯାଇ ନଥିଲା। ଏକ ବର୍ଷ କାମ କଲା ପରେ ସେମାନଙ୍କୁ କିଛି ଦିନ ପାଇଁ ପାରିଶ୍ରମିକ ମିଳିଥିଲା। ତେବେ ଏହା ଚୁକ୍ତି ମୁତାବକ ନଥିଲା ବୋଲି ପିଏଜି ସଂଘର ସଭାପତି ଅମୀୟ କୁମାର ବେହେରା ପ୍ରକାଶ କରିଛନ୍ତି। ଆଜି ପର୍ଯ୍ୟନ୍ତ ବଳକା ପ୍ରାପ୍ୟ ମିଳିପାରିନାହିଁ। ଅପରପକ୍ଷରେ ମାର୍ଚ୍ଚ ୨୦୨୦ରେ ସେମାନଙ୍କୁ ସରକାର ପ୍ରାପ୍ୟ ଦେବା ବଦଳରେ ଛଟେଇ କରି ଦେଇଥିଲେ। ପିଏଜି ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କ ନିକଟରେ ଦାବି ଏବଂ ଆନ୍ଦୋଲନ ସତ୍ୱେ କେହି ସେମାନଙ୍କ ଗୁହାରୀ ଶୁଣି ନ ଥିଲେ। ତେଣୁ ପିଏଜି ସଂଘର ଏକ ଏକ ପ୍ରତିନିଧି ଦଳ ଆଜି ଫୁଲବାଣୀ ଆସି କନ୍ଧମାଳ ଜିଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିଜ ଦାବି ଉପସ୍ଥାପିତ କରିଛନ୍ତି।ସଂଘର ଦାବି ଅନୁଯାୟୀ ସେମାନଙ୍କୁ ସେମାନଙ୍କର ସମସ୍ତ ବକେୟା ପାରିଶ୍ରମିକ ଦେବା ସହ ପଂଚାୟତିରାଜ ବିଭାଗ ମାଧ୍ୟମରେ ପୁନଃ ନିଯୁକ୍ତି ଦିଆଯାଉ। ନଚେତ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ବେଳେ ସଂପାଦକ ବିଘ୍ନରାଜ ବେହେରାଙ୍କ ସମେତଅଜୟ ପାତ୍ର, ଜୟସେନ କହଁର, ଲକ୍ଷ୍ମୀକାନ୍ତ ପ୍ରଧାନ, ହେମନ୍ତ ନାୟକ, ଲାଲ ମୋହନ କହଁର, ମନୋରଂଜନ ମଲିକ, ଶରତ କୁମାର ମାଝୀ ଓ ଅନ୍ୟମାନେ ସାମିଲ୍‍ ହୋଇଥିଲେ।

Related Posts

About The Author

Add Comment