ଫୋନ ପେ’ ଅପଡେଟ ନାଁରେ ବ୍ୟବସାୟୀଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଲୁଟି ନେଲା ସାଇବର ଠକ

Spread the love

ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ଆଗରୁ ଲିଙ୍କ ପଠାଇ ସାଇବର ଠକ ଲୋକଙ୍କୁ ଠକୁଥିଲେ । ଏବେ ଖୁଲମଖୁଳା ବୁଲି ବୁଲି ଠକୁଛନ୍ତି । ଏମିତି ଠକେଇ ରାଜଧାନୀରେ ହୋଇଛି । ଫୋନ ପେ’ ଅପଡେଟ କରିବାକୁ କହି ବସ୍ ଟିକେଟ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କୁ ୪ ଲକ୍ଷ ଟଙ୍କାର ଚୂନ ଲଗାଇଛି ଦୃଶ୍ୟମାନ ସାଇବର ଠକ । ଘଟଣା ବାଣୀବିହାର ଅଞ୍ଚଳରେ ଘଟିଛି ।ବାଣୀବିହାରରେ ଜଣେ ବସ୍ ଟିକେଟ କାଉଣ୍ଟର ମାଲିକ ଏହି ସାଇବର ଲୁଟର ଶିକାର ହୋଇଛନ୍ତି । ଲୁଟେରା ନିଜେ ଆସି ଫୋନ ପେ’ ଅପଡେଟ୍ କରିବା ନାଁରେ ୪ ଲକ୍ଷ ୧୦ ହଜାର ଲୁଟ୍ କରିଛି । ଲୁଟର ଶିକାର ବ୍ୟକ୍ତି ହେଲେ କଟକ ସଦର ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗାଁର ପ୍ରଶାନ୍ତ ମହାପାତ୍ର । ସେ ଦୀର୍ଘ ବର୍ଷ ହେଲା ବାଣୀବିହାର ଅଞ୍ଚଳରେ ବସ୍ ଟିକେଟ କାଉଣ୍ଟର କରି ପରିବାର ପୋଷଣ କରନ୍ତି । ଡିଜିଟାଲ ପେମେଣ୍ଟ ପାଇଁ ପାଖରେ ଫୋନ ପେ’ ରଖିଛନ୍ତି । ଦିନକ ତଳେ ଜଣେ ଯୁବକ ନିଜକୁ ଫୋନ ପେ’ କର୍ମଚାରୀ କହିବା ସହ ଟିକେଟ କାଉଣ୍ଟର ନିକଟରେ ପହଞ୍ଚି KYC ଅପଡେଟ କରିବାକୁ କହିଥିଲା । ପ୍ରଶାନ୍ତଙ୍କଠାରୁ ସମସ୍ତ କାଗଜପତ୍ର ସଂଗ୍ରହ କରିବା ପରେ ଚତୁରତାର ସହ ତାଙ୍କ ନାଁରେ ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କାର ଏକ ଲୋନ ଓ ଆକାଉଣ୍ଟରେ ଥିବା ୬୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ନେଇଯାଇଥିଲେ । ଏମିତି କରି ଠକ ଜଣକ ମୋଟ ୪ ଲକ୍ଷ ୧୦ ହଜାର ଲୁଟି ନେବା ପରେ ସହିଦନଗର ଥାନା ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶିକାର ଦୋକାନୀ ।ଫୋନ ପେ’ ଅଫିସରୁ ମିଳିଥିବା ସୂଚନା ମୁତାବକ, ଠକ ଯୁବକ ଜଣଙ୍କ ଦୁଇ ମାସ ତଳୁ ଚାକିରି ଛାଡିସାରିଛି । ହେଲେ ନିଜକୁ ଫୋନ ପେ’ କର୍ମଚାରୀ କହି ଏଭଳି ଚୂନା ଲଗାଉଛି । ଏ ନେଇ ସଂସ୍ଥା ପକ୍ଷରୁ ପୋଲିସକୁ ଜଣାଯାଇଛି । ଫେକ୍ ଆଇଡେଣ୍ଟିଟି କାର୍ଡ ଦେଖାଇ ଲୋକଙ୍କୁ ସେ ଠକିଥିବା ପୋଲିସ ଜାଣିବାକୁ ପାଇଛି । ବର୍ତ୍ତମାନ ପୋଲିସ ଠକ ଜଣକୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି ।

Related Posts

About The Author

Add Comment