ବାରିପଦା ୧୯/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସୋସିଆଲ ମିଡିଆରେ ପ୍ରଥମେ ପ୍ରେମ ନିବେଦନ ଓ ତାପରେ ବ୍ଲାକମେଲିଂ କରି ଜଣେ ଯୁବକ ଗିରଫ ହୋଇଛି । ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳ ସିଦ୍ଧାର୍ଥ ବେହେରା(୨୫)। ସୂଚନା ମୁତାବକ ଅଭିଯୁକ୍ତ ଯୁବକ ଜଣଙ୍କ ପ୍ରେମ ନିବେଦନ କରିବା ସହ ବିଭିନ୍ନ ଅଶୂଳ ବାର୍ତ୍ତାଳାପକୁ ଭାଇରାଲ କରାଇବାର ଧମକ ଦେଉଥିଲା । ଏନେଇ ଯୁବତୀ କଣଙ୍କ ଗତ ଜୁଲାଇ ୧୬ରେ ବାରିପଦା ଟାଉନ୍ ଥାନାରେ ଅଭିଯୋଗ ଥିଲେ । ପରେ ୪୭୫/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଟାଉନ ଥାନା ପୁଲିସ୍ ଜାଲ କଳ ବିଛାଇଥିଲା । ଟ୍ରାକ କରି ଅଭିଯୁକ୍ତ ଜଣ ଯୁବକକୁ ସୋମବାର କଟକରୁ ଗିରଫ କରିବାରେ ସଫଳ ହୋଇଛି । ସ୍ଥାନୀୟ ପୋଡିଅସ୍ତିଆ ଅଞ୍ଚଳର ପ୍ରତାରଣାରେ ଶିକାର ହୋଇଥିବା ଯୁବତୀଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତ ଯୁବକ କୁ ସୋସିଆଲ ମିଡିଆ ଜରିଆରେ ଯୁବତୀକୁ ପ୍ରେମ ନିବେଦନ କରିଥିଲା । ତା ଏହାପରେ ତାଙ୍କ ଇଚ୍ଛା ବିରୋଧରେ ଯାଇ ବିଭିନ୍ନ ପ୍ରକାରର ଅଶ୍ଳୀଳ ବାର୍ତ୍ତାଳାପ କରିଥିଲା । ମୋ କଥାରେ ରାଜି ନ ହେଲେ ପୂର୍ବରୁ ହୋଇଥିବା ସବୁ କଥାବାର୍ତ୍ତାକୁ ଭାଇରାଲ କରାଇଦେବ ବୋଲି ଅଭିଯୁକ୍ତ ଯୁବକ କଣଙ୍କ ଧମକ ଦେଇଥିଲା । ଫଳରେ ଯୁବତୀ ଜଣକ ଥାନାରେ ମାମଲା ରୁକୁ କରିଥିଲେ । ଏନେଇ ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ସବଇନ୍ସିପେକ୍ଟର – ବଦ୍ରିକା ବେହେରାଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ କଟକ ଯାଇଥିଲେ । । ତେବେ ଅଭିଯୁକ୍ତ ଯୁବକ ସିଦ୍ଧାର୍ଥକୁ ଗିରଫ କରି ସୋମବାର ରାତିରେ ବାରିପଦା ଅଣାଯାଉଥିବା ଥାନା ଅଧିକାରୀ ଶ୍ରୀ ସେନାପତି ସୂଚନା ବା ଦେଇଛନ୍ତି ।
ଫେସବୁକରେ ପ୍ରେମ ନିବେଦନ,ତାପରେ ବ୍ଲାକମେଲିଂ
|
August 19, 2020 |


