ଯାଜପୁର ସଦର, ୧୨ା୦୧ ୧୨/୦୧ /୨୦୧୨ (ସନ୍ଧାନ ନିଉଜ ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସାଉଡ଼ିଆ ପଂଚାୟତରେ ଫୁଲ ତୋଳିବାକୁ ଆସି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ନାରାୟଣପୁର ଗ୍ରାମର ଇନ୍ଦ୍ରମଣୀ ମହାନ୍ତୀ(୭୫) ବିଦ୍ୟୁତ ଆଘାତ ଲାଗିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସାଉଡ଼ିଆ ପଂଚୟତରେ ଉତ୍ତେଜନା ଦେଖା ଦେବାରୁ ମୃତକଙ୍କ ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବାପରେ ବାଲିଚନ୍ଦ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରିବା ପରେ ଇଲେକ୍ଟ୍ରିକ କରେଣ୍ଟ ଫୁଲ ବଗିଚାରେ ଦେଇଥିବା ସେହି ଗ୍ରାମର ଶିକ୍ଷକ ସଂଜୟ କୁମାର ଦାସଙ୍କୁ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଆସାମୀ ସଂଜୟ ଦାସଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିବା ବେଳେ, ଘଟଣା ସ୍ଥଳରେ ଯାଜପୁର ଏସ୍ଡ଼ିପିଓ ଚିନ୍ମୟ ନାୟକ ତଦନ୍ତ କରି ଫେରିଯାଇଥିବା ବେଳେ, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଗ୍ରାମବାସୀ ମାନଙ୍କ ସାକ୍ଷୀକୁ ଭିତ୍ତି କରି ଗ୍ରାମବାସୀ ମାନଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଇନ୍ଦ୍ରମଣୀ ମହାନ୍ତୀଙ୍କ ଶବ ନାରାୟଣପୁରରେ ପହଁଞ୍ôଚବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଶିକ୍ଷକ ସଂଜୟ ଦାସ ଫୁଲ ବଗିଚାରୁ ଫୁଲ ଚୋରୀ ଘଟଣାକୁ ନେଇ ତାର ବାଡ଼ ବୁଝି ଥିଲେ । ଶ୍ରୀ ଦାସ ରବିବରରେ ତାରବାଡ଼ରେ ଇଲେକ୍ଟ୍ରିକ କରେଣ୍ଟ ଦେଇଥିବାରୁ ସୋମବାର ସକାଳୁ ଇନ୍ଦ୍ରମଣୀ ମହାନ୍ତୀ ଫୁଲ ତୋଳିବାକୁ ଯାଇଥିବା ବେଳେ, ହାତ ଗଳାଇ ଶ୍ରୀ ମହାନ୍ତୀ ଫୁଲ ତୋଳିବା ସମୟରେ ବୁଦ୍ୱୁତ ସକ ଲାଗିଯିବାରୁ ଶ୍ରୀ ମହାନ୍ତି ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିବାରୁ ଗ୍ରାମର କିଛି ଯୁବକ ଇନ୍ଦ୍ରମଣୀ ମହାନ୍ତୀ ପଡ଼ିଥିବାର ଦେଖି ଗ୍ରାମବାସୀ ମାନଙ୍କୁ ଡାକ ପକାଇଥିଲେ । ଗ୍ରାମବାସୀମାନେ ଚିକିତ୍ସା ପାଇଁ ବଡ଼ଚଣା ମେଡିକାଲକୁ ନେଇଥିବା ବେଳେ, ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଇନ୍ଦ୍ରମଣୀଙ୍କ ପୁତୁରା ସୁଦର୍ଶନ ମହାନ୍ତି ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଶିକ୍ଷକ ସଂଜୟ ଦାସଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ମୁଦୁଲି ଆମ ଜିଲ୍ଲାପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।
ଫୁଲ ତୋଳିବାକୁ ଯାଇ ବୃଦ୍ଧ ମୃତ୍ୟୁ ବରଣ କଲେ, ଶିକ୍ଷକ ଗିରଫ ହେଲେ
|
January 12, 2022 |



