ହାଟଡ଼ିହି, ୯/୫ (ସନ୍ଧାନ ନିୟୁଜ) ଫନି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ଧାନ ଚାଷୀ ମାନଙ୍କୁ କ୍ଷତିପୁରଣ ଦେବାପାଇଁ ବଞ୍ଚୋ ଗ୍ରାମର ଚାଷୀମାନେ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ହାତୀଶାଳି ଚକରେ ପାଖାପାଖି ୧୦ଏକରରୁ ଉର୍ଦ୍ଧ ଧାନ ଚାଷ ହୋଇତôଲା । କିନ୍ତୁ ଗତ ଫନି ବାତ୍ୟାରେ ଧାନଚାଷ ସବୁ ନଷ୍ଟ ହୋଇଯାଇଛି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିଲେ ମଧ୍ୟ ଏବେ ବିହନ ମିଳିବା କଷ୍ଟକର ହୋଇପଡିଛି । ଏଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବାକୁ ହଳଧର ବିଶ୍ୱାଳ, ନିର୍ମଳା ବିଶ୍ୱାଳ, ମହେନ୍ଦ୍ର ବିଶ୍ୱାଳ, ସଂଗ୍ରାମ ରାଉତ, ବେଣୁଧର ରାଉତ, ଘନଶ୍ୟାମ ବରାଳ, ବୁଦ୍ଧଦେବ ନାଇକ, ରବିନ୍ଦ୍ର ନାଇ. କାର୍ତ୍ତିକ ନାଇକ, କମଳାକାନ୍ତ ବରାଳ, ବୈକୁଣ୍ଠ ନାଇକ, କାଳିଆ ନାଇକ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀ, ସ୍ୱତନ୍ତ୍ର ରିଲିଫ କମିସନର, କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ଆନନ୍ଦପୁର କୃଷି ବିଭାଗର ଅଧିକାରୀ, ବିଡିଓ ଏବଂ ତହସିଲଦାର ଓ ସରପଞ୍ଚଙ୍କୁ ଅବଗତ କରାଇଛନ୍ତି ।
ଫନି ଉଜାଡିଦେଲା ଡ଼ାଳୁଅ ଧାନ, କ୍ଷେତିପୂରଣ ଦାବି
|
May 9, 2019 |
