ପଡ଼ିଆରେ ଖସିପଡ଼ିବାରୁ ଯୁବ କ୍ରିକେଟରଙ୍କ ମୃତ୍ୟୁ

Spread the love

କୋଲକାତା, ୨୦/୩ (ସନ୍ଧାନ ନିୟୁଜ) : ସ୍ଥାନୀୟ ଏକ କ୍ଲବର ଯୁବ କ୍ରିକେଟରଙ୍କ ବୁଧବାର ପଡ଼ିଆରେ ମୃତ୍ୟୁ ଘଟିଛି। କୋଲକାତାରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପରେ କ୍ରିକେଟର ସୋନୁ ଯାଦବ (୨୨ ବର୍ଷ) ବ୍ୟାଟିଂ କରି ପାଭଲିଅନ ଆଡକୁ ଅଗ୍ରସର ହେଉଥିବା ବେଳେ ଖସି ପଡ଼ିଥିଲେ। ପଶ୍ଚିମବଙ୍ଗ କ୍ରିକେଟ ସଂଘର ଦ୍ୱିତୀୟ ଡିଭିଜନ ଲିଗ ମ୍ୟାଚରେ ବାଲିଗଞ୍ଜ ସ୍ପୋର୍ଟିଂ କ୍ଲବ ପକ୍ଷରୁ ସୋନୁ ଖେଳୁଥିଲେ।

ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଏହି ଓ୍ଵିକେଟକିପର ବ୍ୟାଟସ୍‌ମ୍ୟାନ୍‌ ବ୍ୟାଟିଂ କରିବା ପରେ ପାଭଲିଅନ ଆଡକୁ ଅଗ୍ରସର ହେଉଥିଲେ ଏବଂ ଏହି ସମୟରେ ସେ ଅଚାନକ ତଳେ ପଡ଼ିଯାଇଥିଲେ। ତାଙ୍କୁ ଶୀଘ୍ର ଏସ୍‌ଏସ୍‌କେଏମ୍‌ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। କିଛି ବର୍ଷ ତଳେ ପଶ୍ଚିମବଙ୍ଗର ଜଣେ କନିଷ୍ଠ ଖେଳାଳି ଅନିକେତ ଶର୍ମା ପଡ଼ିଆରେ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ୨୦୧୫ରେ ମଧ୍ୟ ପଶ୍ଚିମବଙ୍ଗ କ୍ରିକେଟର ଅଙ୍କି କେସରୀ ମ୍ୟାଚ ସମୟରେ ଫିଲ୍ଡିଂ କରୁଥିବା ବେଳେ ପଡ଼ିଆରେ ଖସିପଡ଼ିଥିଲେ। ଏହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related Posts

About The Author

Add Comment