ପ୍ଲାଷ୍ଟିକ ରିସାଇକେଲିଙ୍ଗ କାରଖାନାକୁ ବିରୋଧ

Spread the love

ସୁନ୍ଦରଗଡ/ବୀରମିତ୍ରପୁର, ୧୮/୧୨ (ସନ୍ଧାନ ନିଉଜ) : ସୁନ୍ଦରଗଡ ରାଜସ୍ୱ ଜିଲ୍ଲାର ବୀରମିତ୍ରପୁର ପୌରପାଳିକା ଅଞ୍ଚଳରେ ଥିବା ମନମୁଣ୍ଡା ଦଫେଇଅଞ୍ଚଳର ୱାର୍ଡ ନମ୍ବର -୬ ଅନ୍ତର୍ଗତ ବ୍ରାହ୍ମଣୀମରା ଗ୍ରାମରେ ଥିବା ଏକସ୍ଥାନରେ ସରକାରୀ ଜମିରେ ଆଖପାଖ ଅଞ୍ଚଳରୁ ସଂଗ୍ରହ ହେଉଥିବା ବ୍ୟବହୃତ ପ୍ଲାଷ୍ଟିକକୁ ରିସାଇ କେଲିଙ୍ଗ କରିବା ପାଇଁ ଏକ କାରଖାନା ପ୍ରତିଷ୍ଠା ପାଇଁ ମାଟି ଖୋଳା ହେଉଥିବାବେଳେ ଗ୍ରାମବାସୀମାନେ ଆସି ବିରୋଧ କରିବା ସହ ମାଟି ଖୋଳାକୁ ବନ୍ଦ କରିଦେଇଥିଲେ  । ଗ୍ରାମବାସୀଙ୍କ କହିବାନୁସାରେ ଜନବସତୀ ଅଞ୍ଚଳ ଏବଂ ନିକଟରେ ଥିବାଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏପରି ପ୍ଲାଣ୍ଟ ହେଲ ପରିବେଶଦୂଷିତ ହୋଇ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେବ  । ଖବରପାଇ ପ୍ରଶାସନିକ ଅଧିକାରୀମାନେ ଆସି ଲୋକଙ୍କୁ ବୁଝାସୁଝା କରିବାସତ୍ତେ୍ୱ କୌଣସି ସୁଫଳ ମିଳିନଥିବା ଜଣାପଡିଛି  ।

Related Posts

About The Author

Add Comment