ପ୍ରୟାସ ପକ୍ଷରୁ ବଡଚଣାରେ ବିଭିନ୍ନ ଅଂଚଳରେ ରନ୍ଧା ଖାଦ୍ୟ ବଂଟନ

Spread the love

ଚଣ୍ଡିଖୋଲ, ୧୪/୦୪ (ସନ୍ଧାନ ନିୟୁଜ)-ଲକଡାଉନ ସମୟରେ ନିରାଶ୍ରୟ, ମାନସିକ ବିକାରଗ୍ରସ୍ତ ଓ ଗରିବ ଦିନମଜୁରିଆଙ୍କ ପାଇଁ ବଡଚଣା ଅଂଚଳର ସ୍ୱେଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ରନ୍ଧା ଖାଦ୍ୟ ବଂଟନ ଜାରି ରହିଛି । ଅନୁଷ୍ଠାନର ସଭ୍ୟ ମାନେ ଗୋଟିଏ ଦିନ ଅନ୍ତରରରେ ନିଜ ହାତରେ ୨୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ସାମଜିକ ଦୂରତାକୁ ଆଖି ଆଗରେ ରଖି ବଡଚଣାର ଧାନମଣ୍ଡଳ, ରେଳଷ୍ଟେସନ, ଖଟୁଆପଡା, ମହାଖଳା, ଭୁଷଣ୍ଡପୁର, ଦର୍ପଣି, କୋଲାସିଂ, ସିହା, ଗୋଡି ମାଗୁରା, ବଡଚଣା ଆଦି ଅଂଚଳରେ ବସବାସ କରୁଥିବା ଦିନ ମଜୁରିଆ ଓ ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ଏହି ରନ୍ଧା ଖାଦ୍ୟ ଯୋଗାଇ ଚାଲିଚନ୍ତି । ରନ୍ଧା ଖାଦ୍ୟ ଦେବା ସମୟରେ ଲୋକମାନଙ୍କୁ ବାରମ୍ବାର ହାତ ଧୋଇବା, ସରକାରଙ୍କ ନିୟମକୁ ମାନି ଘରୁ ନବାହାରିବା ଓ ସାମଜିକ ଦୂରତାକୁ ବଜାୟ ରଖିବାକୁ ସଚେତନତା ମଧ୍ୟ କରାଉଛନ୍ତି । ପବିତ୍ର ପଣା ସଂକ୍ରାନ୍ତିରେ ଅନୁଷ୍ଠାନର ସଭ୍ୟ ମାନେ ନିକଟସ୍ଥ ନଳୁଆଶୁଣି ଠାକୁରାଣୀ ପୀଠରେ ୨୦୦ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ସାମାଜିକ ଦୂରତାରେ ଲୋକମାନଙ୍କୁ ବସାଇ ନିଜ ହାତରେ ଖାଦ୍ୟ ପରିବେଷଣ କରିଥିଲେ । ଏଥିରେ ପ୍ରୟାସର ସଂପାଦକ ଭାରତ ଭୂଷଣ ପଣ୍ଡା, ବରିଷ୍ଠ ସଭ୍ୟ ପ୍ରମୋଦ ଜେନା, ସନ୍ତୋଷ ବିଶ୍ୱାଳ, ପ୍ରତାପ ଗୋଛାୟତ, ହେମେଶ ଜେନା, ମକରଧ୍ୱଜ ଦାସ, ବସନ୍ତ ପଲେଇ, ଭବତୋଷ ବିଶ୍ୱାଳ,ବିଶ୍ୱରଞ୍ଜନ ସ୍ୱାଇଁ, ଅମୀୟ କୁମାର ମହାରଣା,ସୁରେନ୍ଦ୍ର ସାମଲ, ମାନସ ରାଉତ, ସୁଶାନ୍ତ ନାୟକ ପ୍ରମୁଖ ପ୍ରତ୍ୟେକ ଦିନ ଉପସ୍ଥିତ ରହି ଏହି ରନ୍ଧା ଖଦ୍ୟ ପ୍ରସ୍ତୁତି ଓ ବଂଟନକୁ ପରିଚାଳନା କରୁଛନ୍ତି । ଲକଡାଉନ ଖୋଲିବା ପର୍ଯ୍ୟନ୍ତ ଏହି ।କର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment