‘ପ୍ରୟାସ’ ପକ୍ଷରୁ ପୂର୍ବତନ ରାଷ୍ୟ୍ରପତି ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ଏବଂ ବିଶ୍ୱ ଛାତ୍ର ଦିବସ ପାଳିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୦ ବ୍ୟକ୍ତିତ୍ୱ ସମ୍ବର୍ଦ୍ଧିତ

Spread the love

ଚଣ୍ଡିଖୋଲ ୧୫/୧୦(ସନ୍ଧାନ ନିୟୁଜ/ ଅନିତା ବେହେରା)- ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ୮୮ତମ ଡଃ ଏ.ପି.ଜେ ଅବଦୁଲ କଲାମଙ୍କ ଜୟନ୍ତୀ ଏବଂ ବିଶ୍ୱ ଛାତ୍ର ଦିବସ ଆଡମ୍ବରସହକାର ପାଳିତ ହୋଇଯାଉଛି । ୨୦୦୩ ମସିହାରେ ଅବଦୁଲ କଲାମ ବଡ଼ଚଣା ବ୍ଲକ ରାଣୀବନ୍ଦି ଗ୍ରାମକୁ ଆସି ଗରିବ ଲୋକଙ୍କ ନିମନ୍ତେ ୧୦୦ ଗୃହର ଲୋକାର୍ପିତ କରିଥିଲେ । ତାଙ୍କରି ସ୍ମୃତିରେ ପ୍ରତିବର୍ଷ ‘ପ୍ରୟାସ’ ପକ୍ଷରୁ ଜୟନ୍ତୀ ପାଳନ କରାଯାଉଛି । ପ୍ରବଳ ଇଛା ଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ମୁଳମନ୍ତ୍ର । କର୍ମ ସଂସ୍ଥାନ ପଛରେ ନ ଗୋଡ଼ାଇ ଆଜିର ଯୁବପୀଢୀମାନେ ଅବଦୁଲ କାଲାମଙ୍କ ପ୍ରଦର୍ଷିତ ମାର୍ଗ ଅନୁସରଣ କରିବାକୁ ଆହ୍ୱାନ ଦେବା ସହ କାଲାମଙ୍କ ଅଧ୍ୟବସାୟ, କଠିନ ପରିଶ୍ରମ, ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଟା ଓ ଆଦର୍ଶବାଦୀ ଗୁଣଯୋଗୁ ସଫଳତାର ଶିର୍ଷରେ ପହଞ୍ଚିଥିଲେ ବୋଲି ଚଣ୍ଡିଖୋଲ ସ୍ଥିତ ସ୍ୱଚ୍ଛାସେବୀ ଅନୁଷ୍ଟାନ ପ୍ରୟାସର ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ କାଲାମଙ୍କ ଦୟା, କ୍ଷମା, ବିଚାର, ଉଦାରତା, ସତ୍ୟ ଶାନ୍ତି, ସଦଭାବନା ପରି ମାନବୀୟ ଗୁଣାବଳୀର ତାତ୍ୱର୍ିକ ଆଲୋଚନା କରିବା ସହ କାଲାମଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଭାଗ୍ୟଧର ସାହୁ ଡ଼ଃ କାଲାମ ଶିକ୍ଷା, ଶିକ୍ଷକ, ଶିକ୍ଷୟତନର ଉନ୍ନତି ଯୋଗୁ ଦେଶ ବିକାଶ ପଥରେ ଆଗେଇବା ସହ ଆଜି ତାଙ୍କ ସମ୍ମାନାର୍ଥେ ବିଶ୍ୱ ବିଦ୍ୟାର୍ଥୀ ଦିବସ ସମଗ୍ର ବିଶ୍ୱରେ ପାଳିତ ହେଉଛି । ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଟାନର ଉପଦେଷ୍ଠା ଭକ୍ତ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ଭକାର ଅନିରୁଦ୍ଧ ସାମନ୍ତରାୟ, ପ୍ରଭାକର ସାମଲ, ଉକ୍ରଳ ସାମ୍ବାଦିକ ସଂଘର ସଂପାଦକ ବେଣୁଧର ପଣ୍ଡା, ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି, ସାରଦା ପ୍ରସନ୍ନ ମହାନ୍ତି, ଯଯାତି କେଶରୀ ରାଉତ, ଅଭିମନୁ୍ୟ ଧଳ ପ୍ରମୁଖ ଡ଼ଃ କାଲାମଙ୍କ ବିଭିନ୍ନ ଗୁଣାବଳୀ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ଡ଼ଃ ପ୍ରଶାନ୍ତ କୁମାର ପରିଡ଼ା, ଚଣ୍ଡିଖୋଲ ବନପାଳ ଶଶିଭୁଷଣ ବେହେରା, ସାମ୍ବାଦିକ ଏବଂ ଆଧ୍ୟତ୍ମିକ ଚେତନା ବାଦୀ ଏବଂ ସାଧନାର ସ୍ୱରୁପ ସମ୍ପାଦକ ଦେବବ୍ରତ ଦେବତା, ବିଭୁରଂଜନ ଦାସ, ସୁଧାକର ସାହୁ, ମୋହନ ମହାରଣା, ଅକ୍ଷୟ କୁମାର ବିଟ୍, ମୁତୃଞ୍ଜ ଜେନା, ଚିତ୍ତରଂଜନ ମହାନ୍ତି, ଲିପ୍ତିମୟୀ ରାଉଳ, କୁନି କଳାକାର ରାମ ସ୍ୱରୁପ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଅନୁଷ୍ଟାନ ସଫଳାତର ଏକ ଫଟୋ ଚିତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଅନୁଷ୍ଟାନର ସମ୍ପାଦକ ଭାରତ ଭୁଷଣ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ସମୟରେ ସାମ୍ବାଦିକ ସମରେନ୍ଦ୍ର ମାହାଲା ଅତିଥି ପରିଚୟ ଓ ଅନୁଷ୍ଟାନର ସଭାପତି ଆଶିଷ ରଂଜନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବକୁ ସୁରେନ୍ଦ୍ର ସାମଲ, ହେମଶ ଜେନା, ବସନ୍ତ ପଲେଇ, ପ୍ରତାପ ଗୋଚ୍ଛାୟତ, ଶୁଶାନ୍ତ କୁମାର ନାୟକ, ଅନିଲ ସାମନ୍ତରାୟ, ମକର ଧ୍ୱଜ ଦାସ, ଜଗନ୍ନାଥ ମୁଦୁଲି, ଭବତୋଷ ବିଶ୍ୱଳ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସାମ୍ବାଦକ ମାନସ ରଂଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment