ଚଣ୍ଡିଖୋଲ ,୧୫/୧୦ ((ସନ୍ଧାନ ନିଉଜ))-ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପ୍ରୟାସ” ଅନୁଷ୍ଠାନ ପକ୍ଷରୁ ଶନିବାର ବଡ଼ଚଣା ବ୍ଲକ ଖଣ୍ଡିଆବନ୍ଧ ଗ୍ରାମରେ ମିସାଇଲ ମ୍ୟାନ ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ୯୧ ତମ ଜୟନ୍ତୀ ପାଳିତ ହୋଇଯାଇଛି । ୨୦୦୩ ମସିହା ମେ ମାସ ୧୫ ତାରିଖରେ ପୂର୍ବତମ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମ ବଡ଼ଚଣା ବ୍ଲକ ଭୂଷଣ୍ଡପୁର ପଂଚାୟତର ୩ଟି ଗ୍ରାମ ଖଣ୍ଡିଆବନ୍ଧ,ରାଣୀବନ୍ଧୀ ଓ ଅକବରାବାଦ ଗ୍ରାମକୁ ଆସି ଗରିବ ଆଦିବାସୀଙ୍କ ଉପଲକ୍ଷେ ୨୦୦ରୁ ଉର୍ଧ ବାସ ଗୃହକୁ ଲୋକାର୍ପଣ କରିଥିଲେ.ସେହି କଥାକୁ ମନେରଖିବେ ପାଇଁ ପ୍ରତିବର୍ଷ “ପ୍ରୟାସ” ଅନୁଷ୍ଠାନ ପକ୍ଷରୁ ତାଙ୍କର ଜନ୍ମ ଦିନ କୁ ପାଳନ କରାଯାଇଆସୁଛି। ଏହି ଉପଲକ୍ଷେ ଏକ ସଭା ପ୍ରୟାସର ସଭାପତି ଆଇନଜୀବୀ ଆଶିଷ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଭାରତ ଭୂଷଣ ପଣ୍ଡା ସଭାକୁ ସଂଚାଳନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟଅତିଥି ଭାବେ ଭୂଷଣ୍ଡପୁର ପଂଚାୟତ ସରପଂଚ ଯଯାତି କେଶରୀ ରାଉତ ଯୋଗ ଦେଇ କାଲାମଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରିବା ସହ କାଲାମଙ୍କ ଜନ୍ମ ଦିନ ପାଳନ କରିବା ଆମ ପାଇଁ ଏକ ଗୌରବର ବିଷୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିବରାମ ସାହୁ ଯୋଗଦେଇ ପ୍ରୟାସର ଏଭଳି କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହ ଆଜିର ଯୁବ ପିଢ଼ି ଡକ୍ଟର କାଲାମଙ୍କ ସରଳ ଜୀବନଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ.ସନମାନ୍ନିତ ଅତିଥି ଭାବେ ସମିତି ସଭ୍ୟ ଜଗନ୍ନାଥ ମୁଦୁଲି,ନାଏବ ସରପଂଚ ରଶ୍ମିତା ବରାଳ ,ଅଧ୍ୟାପକ ସଲିଲ ରାଜନନ୍ଦନ ମହାନ୍ତି,ଆଇନଜୀବୀ ଦେବରାଜ ବେହେରା,ଆଇନଜୀବୀ ପ୍ରକାଶ ଚନ୍ଦ୍ର ଦାସ,ସାମ୍ବାଦିକ ମୋହନ ଖିଲାର,ପ୍ରସନ୍ନ ବିଶ୍ୱାଳ ଓ ସମାଜସେବୀ ଅଭିମନ୍ୟୁ ଧଳ ପ୍ରମୁଖ ଯୋଗଦେଇ ନିଜନିଜ ବକ୍ତବ୍ୟରେ କାଲାମଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ. ପାରମ୍ଭରେ ଅତିଥି ମାନେ କାଲାମଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସହ ସମ୍ପାଦକ ପ୍ରତାପ ଗୋଛାୟତ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସଭ୍ୟ ବସନ୍ତ ପଲେଇ ଓ ମୋହନ ମହାରଣା ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା କରିଥିବା ସମାଜସେବୀ ସୁରେଶ ଚନ୍ଦ୍ର ବିଶ୍ୱାଳ,ବରିଷ୍ଠ ସାମ୍ବାଦିକ ଆଇନଜୀବୀ ପ୍ରଦୀପ୍ତ କୁମାର ପରିଡା ଓ ସମାଜସେବୀ ତଥା ନେସନର ସମ୍ପାଦକ ପ୍ରଦୁମ୍ନ ପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ,ଫୁଲତୋଡ଼ା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ.ଏଥିରେ ପ୍ରୟାସର ବରିଷ୍ଠ ସଭ୍ୟ ହେମେଶ ଜେନା,ମକରଧ୍ୱଜ ଦାସ, କୋଷାଧକ୍ଷ ଅମୀୟ ମହାରଣା, ଭବତୋଷ ବିଶ୍ୱାଳ,ସୁଶାନ୍ତ ନାୟକ,ଦିଲୀପ କୁମାର ସାହୁ, ମାନସ ରାଉତ, ରାଜେନ୍ଦ୍ର ନାୟକ,ବିଶ୍ୱଜିତ ବରାଳ,ପ୍ରମୋଦ କୁମାର ମହାପାତ୍ର,ବିଶ୍ୱରଂଜନ ସ୍ୱାଇଁ,କ୍ଷେତ୍ରବାସୀ ସାମଲ,ପ୍ରଶାନ୍ତ ସାମଲ,ଉତ୍କଳ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ. ଶେଷରେ ପ୍ରୟାସର ବରିଷ୍ଠ ସଭ୍ୟ ସୁରେନ୍ଦ୍ର ନାଥ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।