ପ୍ରେସ କ୍ଲବ ଓ ପିଆରଆଇଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ; ଭଣ୍ଡାରିପୋଖରୀ ପ୍ରେସ କ୍ଲବ ବିଜୟୀ

Spread the love

ଭଣ୍ଡାରିପୋଖରୀ,୧୭ା୨ (ସଂଧାନ ନିୟୁଜ ): ମଞ୍ଜୁରୀରୋଡ ଡାକ୍ତରଖାନା ପଡିଆରେ ଭଣ୍ଡାରିପୋଖରୀ ପ୍ରେସ କ୍ଲବ ଓ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ସଦସ୍ୟମାନଙ୍କ ମଧ୍ୟରେ ସୋମବାର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇ ଭଣ୍ଡାରିପୋଖରୀ ପ୍ରେସ କ୍ଲବ ପିଆରଆଇ ମେମ୍ବର ଦଳକୁ ୫ ଉଇକେଟରେ ହରାଇ ବିଜୟୀ ହୋଇଛି । ପିଆରଆଇ ମେମ୍ବର ପ୍ରଥମେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିନେଇ ନିର୍ଦ୍ଧାରିତ ୧୫ଓଭରରେ ୫ଉଇକେଟ ହରାଇ ୧୦୨ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ବିଜୟ ଶଙ୍କର ମହାନ୍ତି ୧୯ରନ ଓ ସତ୍ୟବ୍ରତ ଦାସ୨୫ରନ ସଂଗ୍ରହ କରିଥିଲେ । ଜବାବରେ ପ୍ରେସ କ୍ଲବ ଦଳ ୧୦ଓଭରରେ ୫ଉଇକେଟ ହରାଇ ୧୦୩ ରନ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ମନୋଜ ରାଉତ ୭୬ ସଂଗ୍ରହ କରିଥିଲେ । କ୍ଲବର ସଦସ୍ୟ ସଂଜୟ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥିଭାବେ ପ୍ରେସ କ୍ଲବ ସଭାପତି ଧ୍ରୁବଚରଣ ବାରିକ ଯୋଗଦେଇ ବିଜୟୀ, ପରାଜିତ ଦଳ ସମେତ ମ୍ୟାନ ଅଫ ଦି ମ୍ୟାଚ ମନୋଜ ରାଉତଙ୍କୁ ପୁରସ୍କୃତ କରିଥିଲେ । ଅମ୍ପାୟାର ଭାବେ ସନ୍ତୋଷ ଖଣ୍ଡାଇ ଓ ସୂର୍ଯ୍ୟକାନ୍ତ ଭାରତୀ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଅଜୟ ବାରିକ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ପ୍ରେସ କ୍ଲବ ପକ୍ଷରୁ ପାର୍ଥସାରଥି ନାୟକ, ଅଜୟ ପଣ୍ଡା, ନିତ୍ୟାନନ୍ଦ ଜେନା, ଦିଗମ୍ବର ଜେନା, ରାଜେନ୍ଦ୍ର ଶତପଥି, ଦେବେନ୍ଦ୍ର ଆନ୍ଦିଆ, ବିକାଶ ବେହେରା ସମେତ ପିଆରଆଇ ମେମ୍ବର ପକ୍ଷରୁ ଲଳିତ ରାଉତ, ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ପ୍ରଶାନ୍ତ ସାହୁ, ବିରେନ୍ଦ୍ର ନାୟକ, ମନୋଜ ନାୟକ, ସୁବାଶ କାଣ୍ଡି, ବଳରାମ ବେହେରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଫଟୋ-ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ ।

Related Posts

About The Author

Add Comment