ଗଞ୍ଜାମ, ୨୧/୧୨ (ସନ୍ଧାନ ନିଉଜ) : ଆଜି ଭୋର ସମୟରେ ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ଅଞ୍ଚଳରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀରେ ସ୍ଥାନୀୟ ଲୋକେ ଲାଲୁଘାଇ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।ସେମାନେ ଉଭୟଙ୍କୁ ଚିହ୍ନି ପାରିଥିଲେ ଏହାପରେ ସେମାନେ ଉଭୟ ଯୁବକ ଓ ଯୁବତୀଙ୍କ ଘରେ ଏ ସଂପର୍କରେ ସୂଚନା ଦେଇଥିଲେ। ତାପରେ ପୁଲିସକୁ ବି ଖବର ଦିଆଯାଇଥିଲା। ଘଟଣାସ୍ଥଳରେ କବିସୂର୍ୟ୍ୟନଗର ଥାନା ପୁଲିସ ପହଞ୍ଚିଥିଲା। ପୁଲିସ ଦୁଇଟି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
|
December 21, 2019 |