ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟାର ସମାଧାନ ନେଇ ସିଡିଏମ୍ଓଙ୍କୁ ଭେଟିଲେ ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର

Spread the love

କଟକ୦୭/୦୨ : କଟକ ସଦର ବ୍ଲକ ଅଞ୍ଚଳର  କନ୍ଦରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ନେଇ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।  ଡ଼ାକ୍ତରଖାନରେ ଡାକ୍ତର ଏବଂ ପାରା ମେଡିକାଲ୍ ଷ୍ଟାଫ୍ ନଥିବାରୁ ଚିକିତ୍ସ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ସବୁ ସମସ୍ୟା ନେଇ ପରିଷଦର ସଭାପତି ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଡାକ୍ତର ସତ୍ୟବ୍ରତ ଛୋଟରାୟଙ୍କୁ ଭେଟି ଦାବି ଜଣାଇଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ ସହୁ,ନିରଞ୍ଜନ ରାଉଳ,ସନ୍ତୋଷ ଭୋଇ,ସୁରେଶ ଜେନା,ସଞ୍ଜୟ ସେଠୀ,ଦେବିପ୍ରସାଦ ପତି, ଆଲୋକ ସାମନ୍ତରାୟ,ଜୟନ୍ତ ଦାସ, ଲକ୍ଷ୍ମୀଧର ଜେନା,କାଳନ୍ଦୀ ବାରିକ୍ ପ୍ରମୁଖ ଉପସ୍ଥିତଥିଲେ।

Related Posts

About The Author

Add Comment