ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳଙ୍କୁ ନିର୍ମମ ହତ୍ୟା

Spread the love

ବାରିପଦା, ୦୩.୦୧.୨୦୨୧( ସନ୍ଧାନ ନିଉଜ/ ଲିଙ୍ଗରାଜ ପଣ୍ଡା):- କଟକ ଜିଲ୍ଲା ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତ ଯକୋଟି ଗ୍ରାମ ନିକଟରେ ପୂର୍ବ ଶତ୍ରୁତାକୁ ନେଇ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ପ୍ରଭାରୀ କୁଳମଣି ବରାଳଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ସହ ତାଙ୍କର ଜଣେ ସହଯୋଗୀ ପଞ୍ଚା ବରାଳ ମଧ୍ୟ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ଶ୍ରୀ ବରାଳ ଘରକୁ ତାଙ୍କ ସହଯୋଗୀଙ୍କ ସହ ଶୁକନଇ ବନ୍ଧ ରାସ୍ତାରେ ଘରକୁ ଫେରୁଥିବା ବେଳେ ତାଙ୍କୁ ସଂଗବଦ୍ଧ ଭାବେ ୬ରୁ ଊଦ୍ଧ ଲୋକ ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ମରଣାନ୍ତକ ଆକ୍ରମଣ ପରେ ଉଭୟଙ୍କୁ ମୁମୁକ୍ଷ୍ମୀ ଅବସ୍ଥାରେ ଛାଡ଼ି ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହାପରେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ମାହାଙ୍ଗା ମେଡିକାଲକୁ ଆମ୍ବୁଲାନ୍ସରେ ଅଣାଯାଇଥିବା ବେଳେ କୁଳମଣି ବରାଳଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ଥିବାରୁ ପୁଲିସ ମୁତୟନ କରାଯାଇଛି । ଏହି ଘଟଣାକୁ ନେଇ ଟୁଇଟ୍ କରି ପ୍ରତିକ୍ରିୟା ରଖୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖୁଛନ୍ତି, ‘କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳିର ଆମ ଦଳର ବରିଷ୍ଠ ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଗଣମାଧ୍ୟମରୁ ଶୁଣି ମୁଁ ଅତ୍ୟନ୍ତ ଦୁଃଖୁତ ଓ ମର୍ମାହତ । ଏହି ଘଟଣାରେ ପ୍ରଶାସନ ଦୃଢ଼  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୋର ବିଶ୍ୱାସ  ଶୋକସନ୍ତପ୍ତ ପରିବାର ବର୍ଗକୁ ସମେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।”

 

Related Posts

About The Author

Add Comment