ବେତନଟୀ,10.12.2020 (ଲିଙ୍ଗରାଜ ପଣ୍ଡା): ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ଘନଘନ ଗାଁଗହଳିକୁ ଗସ୍ତ ସହିତ ଗଦାଗଦା ପ୍ରତିଶ୍ରୁତିରେ ପୋତି ପକାଇଥାନ୍ତି ନେତା ମାତ୍ର ନିର୍ବାଚନ ସରିଲେ ଆଉ ସେମାନଙ୍କର ଦେଖାନଥାଏ । କିନ୍ତୁ ନିଜର ନ୍ୟାଯ୍ୟ ଅଧିକାର ଏବଂ ହକ୍ ପାଇଁ ଅଣ୍ଟାଭିଡିଥାନ୍ତି ଜନସାଧାରଣ କେତେକ ଯୋଗ୍ୟ ହିତାଧିକାରୀ ନିଜର ନ୍ୟାଯ୍ୟ ଅଧିକାର ଏବଂ ହକ୍ ପାଇଁ ବ୍ଲକ ପ୍ରଶାସନକୁ ଲିଖିତ ଜଣାଇଥିଲେ । କିନ୍ତୁ ସମସ୍ୟା ସମାଧାନ ନହେବାରୁ ଚେତାବନୀ ମୁତାବକ ଆସନ୍ତାକାଲି ଗୁରୁବାର ବ୍ଳକ କାର୍ଯ୍ୟାଳୟ ଘେରାଉ କରିବେ ଅନେକ ଯୋଗ୍ୟ ହିତାଧିକାରୀ ଭଙ୍ଗାକାନ୍ତି, ପଲିଥିନ ତଳେ ତଥା ଅତ୍ୟନ୍ତ ବିପଦଜନକ ଅବସ୍ଥାରେ କଟ୍ଟାଘରେ ବସବାସ କରୁଛନ୍ତି ସେମାନଙ୍କୁ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି । ମାତ୍ର ଯେଉଁମାନଙ୍କର ପକ୍କାଘର ରହିଛି ତଥା ସ୍ୱଚ୍ଛଳ ଏବଂ ଯେଉଁମାନଙ୍କ ପିଲାମାନେ ସରକାରୀ ଚାକିରିଆସେମାନଙ୍କୁ ଏସିସି ତାଲିକାର ଆଳ ଦେଖାଇ ସରକାରୀଗୃହ ପ୍ରଦାନ କରାଯାଉଛି । ଏନେଇ ନଭେମ୍ବର ୧୩ରେ ପ୍ରାକ୍ତନ ଜିଲ୍ଲାପରିଷଦ ବିଶ୍ଵନାଥ ହେମ୍ରମଙ୍କ ନେତୃତ୍ବରେ ଶତାଧିକ ଯୋଗ୍ୟ ହିତାଧିକାରୀ ବୃକକାର୍ଯ୍ୟାଳୟକୁ ଆସି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେବାର କାରଣ ଧାର୍ଯ୍ୟ ସମୟ ମଧ୍ୟରେବ୍ଲକପ୍ରଶାସନ ନ ଜଣାଇଲେ ବ୍ଳକଘେରାଉ ସହିତ ଧାରଣା ଦିଆଯିବାକୁ ଚେତାବନୀ ଦେଇଥିଲେ । ମାତ୍ର ବ୍ଳକ କର୍ତ୍ତୃପକ୍ଷ କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ ଗୁରୁବାର ଧାରଣା ସହିତ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ପ୍ରାକ୍ତନ ଜିଲ୍ଲାପରିଷଦ ଶ୍ରୀ ହେମ୍ରମ ସୂଚନା ଦେଇଛନ୍ତି । ତେବେ ତୃଣମୂଳସ୍ତରରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି ଏନେଇ ଅସହାୟ ଲୋକେ ନେତା ଏବଂ ଜନପ୍ରତିନିଧିଙ୍କୁଖୋଜୁଛନ୍ତି ମାତ୍ର ବର୍ତ୍ତମାନ ନେତା ଜନସାଧାରଣଙ୍କ ନିକଟତର ନହୋଇ ବ୍ଲ କମୁଖ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ କରିବା ଏକ ପ୍ରହସନ ଲୋକଙ୍କ ସମସ୍ୟା ସହିତ ଛିଡ଼ାହେବା ତଥା ସେମାନଙ୍କ ନିକଟତର ହେବା ପ୍ରକୃତ ଜନପ୍ରତିନିଧିର କର୍ତ୍ତବ୍ୟ କିନ୍ତୁ ବେତନଟୀରେ ଏହାର ଓଲଟା ଦେଖିବାକୁ ମିଳୁଥିବା ଶ୍ରୀ ହେମ୍ରମ୍ଭ କହିଛନ୍ତି ।
ପ୍ରହସନ ପାଲଟିଛି ଜନଶୁଣାଣି
|
December 10, 2020 |