ପ୍ରଶାସନ ସଜାଗ ଅଚ୍ଥି : ଲୋକ ମାନେ ଭୟଭୀତ ନୁହେଁ ସତର୍କ ରୁହନ୍ତୁ

Spread the love

ଯାଜପୁର, ତା ୨୬ା୮ (ସନ୍ଧାନ ନିଉଜ): ଜିଲ୍ଳ୍‌ା ପ୍ରଶାସନ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଚ୍ଥି । ଏଥିପାଇଁ ବିଭିନ୍ନ ଅଧିକାରୀ ଓ ବିଭାଗ ମାନଙ୍କର କାର୍ଯ୍ୟ ସମୀକ୍ଷା କରାଯାଇ ଉପଯୁକ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥି । ତେଣୁ ବନ୍ୟା ପରିସ୍ଥିତି ପାଇଁ ଲୋକମାନେ ଭୟଭୀତ ନ ହୋଇ ସଜାଗ ଓ ସତର୍କ ରହିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି । ଖାଲୁଆ ଅଞ୍ଚଳ, ଜଳପ୍ଳାବିତ ଅଞ୍ଚଳ, କଚ୍ଚା ଘର ବା ଚାଳ ଘରେ ରହୁଥିବା ଲୋକମାନେ ସୁରକ୍ଷିତ ଓ ନିରାପଦ ଆଶ୍ରୟ ସ୍ଥଳ ଭାବେ ନିକଟସ୍ଥ ବନ୍ୟା, ବାତ୍ୟା ଆଶ୍ରୟ ସ୍ଥଳ, ଶିକ୍ଷାନୁଷ୍ଠାନ ମାନଙ୍କରେ ଆଶ୍ରୟ ନେବାକୁ ସେ ଅନୁରୋଧ କରିଚ୍ଥନ୍ତି । ସରକାର ଓ ପ୍ରଶାସନର ଲକ୍ଷ୍ୟ ଜିରୋ କାଜୁଆଲିଟି । ତେଣୁ ପ୍ରତ୍ୟେକ ଅଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ ଓ ସାମାଜିକ କର୍ମୀ ଓ ବିଭିନ୍ନ ବିଭାଗର କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କରିବା ସହ ଖାଲୁଆ ଅଞ୍ଚଳ, ମାଟି ଓ ଚାଳ ଘରେ ରହୁଥିବା ବନ୍ୟାଞ୍ଚଳର ଲୋକ ମାନଙ୍କୁ ସୁରକ୍ଷିତ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି ।

Related Posts

About The Author

Add Comment