ବାରିପଦା,୨୫/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):ଅସହାୟ ଭିନ୍ନକ୍ଷମ ଯୁବତୀର ଆବାସ ପାଲଟିଛି ପାଇଖାନା । ଗ୍ରାମରେ ଥିବା ସାହିପଡ଼ିଶାଙ୍କଦୟାରେ ପେଟକୁ ମୁଠେ ଯାଉଥିବାବେଳେ ପାଇଖାନା ହିଁ ଗୁରୁବାରୀ ପାଇଁ ଆଶ୍ରୟସ୍ଥଳ ପାଲଟିଛି । କପ୍ତିପଦା ବ୍ଲକ ମଝିଗଡିଆ ପଞ୍ଚାୟତ ରାଇଡିହା ଗ୍ରାମ ୱାର୍ଡ ନମ୍ବର ୫ରେ ବସବାସ କରନ୍ତି ପିତାମାତା ଛେଉଣ୍ଡ ଭିନ୍ନକ୍ଷମ ଗୁରୁବାରୀ ମିରିଡିଆ(୩୨) । ମାଆ ଓ ବାପା କାନ୍ଦୁରୁ ମିରିଡିଆ ଅନେକ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । ବଡ ଭଉଣୀ ଦୀର୍ଘବର୍ଷ ପୂର୍ବରୁ ଅନ୍ୟତ୍ର ବିବାହିତା। ଗୁରୁବାରୀ ଶତପ୍ରତିଶତ ଭିନ୍ନକ୍ଷମ । ସେ କଥା କହି ପାରେ ନାହିଁ କି ଶୁଣି ମଧ୍ୟ ପାରେନାହିଁ । ଫଳରେ ଗୁରୁବାରୀ ହୋଇପଡ଼ିଛି ଜଣେ ବେସାହାରା ଭିନ୍ନକ୍ଷମ ମଣିଷ । ନିଜ ପାଖରେ କେହି ନଥିବାବେଳେ କଥା କହି ପାରୁନଥିବାରୁ ନିଜର ଦୁଖକଷ୍ଟକୁ ମଧ୍ୟ କାହା ଆଗରେ ବଖାଣି ପାରେନାହିଁ । ଖୁବ୍ ଅଳ୍ପ ବୟସରୁ ବାପାମା‘ଙ୍କୁ ରଅନ୍ନକୁ ଭରସା । ଘର ଦାବି ହରାଇବା ପରେ ବଡ ଭଉଣୀ ବିବାହ କରି ଅନ୍ୟତ୍ର ଚାଲିଯିବା ପରେ ଭିନ୍ନକ୍ଷମ ଗୁରୁବାରୀ ସଂପୂର୍ଣ୍ଣ ଏକା ହୋଇଯାଇଛି । ଭଉଣୀ ବିବାହ ଓ ବାପାମା‘ଙ୍କ ମୃତ୍ୟୁପରେ ଗୁରୁବାରୀ ରହୁଥିବା ଘର ଖଣ୍ଡିକୁ କାଳକ୍ରମେ ଜୀଶୀର୍ଣ୍ଣ ଅବସ୍ଥାକୁଆସି ସଂପୂର୍ଣ୍ଣ ମାଟିରେ ମିଶି ଗଲା । ଘର ଖଣ୍ଡିକ ସମ୍ପୂର୍ଣ୍ଣ ଭାଙ୍ଗିଯିବା ପରେ ପରଓଳି ପାଲଟିଲା ଭିନ୍ନକ୍ଷମ ଯୁବତୀ ଗୁରୁବାରୀର ସାହାରା । ପରଓଳିରେ ରାତ୍ରୀଯାପନ ସହିତ ସେମାନଙ୍କ ଅନ୍ନଦାନରେ ଗୁରୁବାରୀର ପେଟ ପୂରିଲା ।ଏ ଓଳି ସେ ଓଳିରେ ମୁଣ୍ଡ ବ୍ୟୁଜି ଟୁଜି ଗୁରୁବାରୀର ଦିନ ବିତୁଥିବାବଳେ ସଦୟ ହୋଇ ବ୍ଲକ ପ୍ରଶାସନ ଗୁରୁବାରୀ ପାଇ ପାଇଖାନାଟିଏ ନିର୍ମାଣ କରିଦେଇଛନ୍ତି । ସେହି ପାଇଖାନା ଏବେ ଭିନ୍ନକ୍ଷମ ଗୁରୁବାରୀ ପାଇଁ ସାହା ହୋଇଛି । ସେହି ପାଇଖାନାରେ ଗୁରୁବାରୀ ମୁଣ୍ଡ ଟୁଜିଛି । ପୈତୃକ ସଂପତ୍ତି ଭାବେ ଥିବା କିଛି କ୍ଷେତକୁ ବଡ଼ଭଉଣୀ ସାହୁକାର ନିକଟରେ ବନ୍ଧା ଦେଇ ଦେଇଛି ସେହି ପରି ସରକାରୀ ସହାୟତା ଭାବେ ରାସନକାର୍ଡ ଓ ଭତ୍ତାଟିଏ ମିଳୁଛି । ତେବେ ସରକାରୀ ଭାବେ ମିଳୁଥିବା ୫ କିଲୋ ଚାଉଳ ଓ ୫୦୦ଟଙ୍କା ସମୁଦ୍ରକୁ ଶଙ୍ଖ ହୋଇଥିବାବଳେ ଗୁରୁବାରୀର ଦେହପା ଖରାପ ହଲେ ଅସହାୟହୋଇପଡୁଛନ୍ତି ଗ୍ରାମବାସୀ ।ତେବେ ଗୁରୁବାରୀର ସମ୍ବଳ ଭାବେ ପାଇଖାନା, ରାସନକାର୍ଡ ଓ ଭତ୍ତାକାର୍ଡ ଖଣ୍ଡିଏ ପଡିରହିଥିବା ବେଳେ ତାର ରହିବା ପାଇଁ ଘରଟିର ଆବଶ୍ୟକତା ରହିଛି । ସରକାର ସମସ୍ତଙ୍କ ମୁଣ୍ଡ ଉପରେ ଛାତଟିଏ ରହିବ ବୋଲି ଘୋଷଣା କରିଥିଲେ ହେଁ ସେଥିପ୍ରତି ଗୁରୁବାରୀ କେମିତି ଅଯୋଗ୍ୟ ହେଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।ତେବେ ଅସହାୟ ଭିନ୍ନକ୍ଷମ ଗୁରୁବାରୀର ଦାୟିତ୍ବ ନିଜ ହାତକୁ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ପ୍ରଶାସନ ପକ୍ଷରୁ ଘର ଦାବି
|
December 25, 2020 |