ପ୍ରଶାସନିକ ଅବହେଳାର ଚରମ ନିର୍ଦଶନ: ୭୭ ବୟସରେ ଭତ୍ତା ଅପେକ୍ଷାରେ ବୃଦ୍ଧ

Spread the love

ସୁନ୍ଦରଗଡ, ୯/୧/୨୦୨୦ (ସନ୍ଧାନ ନିୟୁଜ):  ପ୍ରଶାସନିକ ଅବହେଳା ଯୋଗୁଁ ଅନେକ ଗରିବ ବୃଦ୍ଧ ବୃଦ୍ଧା ସରକାରଙ୍କ ବିଭିନ୍ନ ଭତ୍ତା ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହୋଇଛନ୍ତି । ଅନେକେ ବ୍ଲକ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରି ଭତ୍ତା କୁ ଅପେକ୍ଷା କରି କରି ଆର ପାରିକୁ ଚାଲି ଯାଇଥିବା ବେଳେ ଅନେକେ ମୃତ୍ୟୁର ପଥିକ ସାଜିଛନ୍ତି । ସୂଚନା ଥାଉକି, ବ୍ଳକ ଓ ପଞ୍ଚାୟତପ୍ରଶାସନର ମନମୁଖୀ ହିତାଧିକାରୀ ଚିହ୍ନଟ ତଥା ବ୍ୟାପକ ଅନିୟମିତତା ଯୋଗୁଁ ହିଁ ଏଭଳି ଅବ୍ୟବସ୍ଥା ସୃ ଷ୍ଟିି ହୋଇଥିବା ଜଣାପଡ଼ିଛି । ଏଭଳି ଏକ  ନମୁନା ଲେଫ୍ରିପଡ଼ା ବ୍ଲକ୍ ମଶାବିରା ଗ୍ରାମର ଈଶ୍ୱର ଚିତା । ବୟସ ୭୭ । ଭତ୍ତା ଖଣ୍ଡିକ ପାଇଁ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ନୟାନ୍ତ । ପଞ୍ଚାୟତରେ ତିନି ତିନି ଥର ଆବେଦନ କଲେଣି, ହେଲେ ତାଙ୍କ ଭତ୍ତା ଟିକକ ମଞ୍ଜୁରୀ ହେଉ ନଥିବା ଅଭିଯୋଗ ହୋଇଛି ।  ଅପରପକ୍ଷେ ତାଙ୍କ ଠାରୁ ବୟସରେ ଖୁବ୍ ସାନ ଲୋକେ କେବେ ଠୁ ଭତ୍ତା ପାଇଲେଣି । ଏଣୁ ଏ ଦିଗରେ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ଈଶ୍ୱରଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଳରେ ଦାବୀ ହେଉଛି ।

Related Posts

About The Author

Add Comment