ପ୍ରଶାସନିକ ଅଧିକାରୀଙ୍କ ପାଇଁ ତିନୋଟି ଜିଲ୍ଲାକୁ ସଂଯୋଗ କରୁଥିବା ମଥୁରାପୁର ବ୍ରିଜ ବୈତରଣୀ ନଦୀରେ ଲିନ ହେବ !

Spread the love
ଯାଜପୁର, ୩୧/୦୭/୨୦୨୦ (ସନ୍ଧାନ ନିଉଜ) ଗତ ୨୦୧୩ ମସିହାରେ ରଜ୍ୟ ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କାବ୍ୟୟରେ ଉଦ୍‌ଘାଟିତ ହୋଇଥିବା କୋରାଇବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତର ମଥୁରପୁର ବୈତରଣୀ ନଦୀରେ ନିର୍ମିତ ହୋଇଥିବା ନଦୀ ପୋଲଟି ଲିନ ହେବବୋଲି ସ୍ଥାନୀୟ ଦୁଇଟି ଜିଲ୍ଲାର ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି । ମଥୁରାପୁର ନଦୀ ପୋଲରେ ଭାରି ଯାନ  ଚଳାଚଳ ନବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିଲେହେଁ ଏହାକୁ ମାନୁ ନାହାଁନ୍ତି ବାଲି ମାଫିଆ । ଦୈନ ଦିନ ଶହ ଶହ ସଂଖ୍ୟାରେ ବାଲି ଗାଡିଚଳାଚଳ କରିବାରୁ ଏହି ପୋଲଟି ନଦୀ ଗର୍ଭରେ ଲିନ ହେବ ବୋଲି ଶଙ୍କା ପ୍ରକାଶ ପାଇଛି । ଏହାର ଜ୍ୱଳନ୍ତ ଉଦାହରଣ ଭାବେ ଯାଜପୁର ସଠିପୁର ମଧ୍ୟରେ ଯେପରି ରୁଢିଆ ପୋଲଟି ଗତ ପଳୟଙ୍କାରି ବନ୍ୟାରେ ଲିନ ହୋଇଥିଲା  ସେହି ପରି ଲିନ ହେବ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମଥୁପୁରରେ ସରକାରଙ୍କ ପକ୍ଷରୁ ଉକ୍ତ ନଦୀ ପୋଲ ନର୍ମାଣ କରାଯାଇ ଯାଜପୁର,କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଗମନା ଗମନ କରାଯିବା ସହ ବାଣିଜ୍ୟ କ୍ଷେତ୍ରରେ ସୁଦ୍ଧାର ଆଣି ଥିବା ସରକାରଙ୍କ ଯୋଜନାକୁ ଦୁଇଟି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ବେଆଇନ ବାଲି ବେପାରୀ ମାନେ ସରକାରଙ୍କ ସଧୁ ଉଦ୍ୟମକୁ ପାଣିରେ ମିଶାଇ ବାର ଯୋଜନା କରିବା ଦେଖିବାକୁ ମିଳିଛି ।  ଦୁଇଟି ଜିଲ୍ଲା ତଥା ଯଜପୁରର ସୁକୁନ୍ଦପୁର ବୈତରଣୀ ବାଲି ଘାଟ ଓ କେନ୍ଦୁଝର ଜିଲ୍ଲା ଜମ୍ବୁରା ବୈତରଣୀ ନଦୀ ବାଲିଘାଟରେ ଉଭୟ ଜିଲ୍ଲାର ପ୍ରଶାସନ ଉକ୍ତ ଅଞ୍ଚଳକୁ ନିଶିଦ୍ଧାଞ୍ଚଳ ଭାବେ ନୋଟିସ୍ ଜାରି କରିଥିଲେହେଁ ବେଆଇନ ଭାବେ ବାଲିଗାଡି ଚଳାଚଳ କରାଇବା ଦ୍ୱାରା ମଥୁରାପୁର ନଦୀ ପୋଲରେ ଫାଟ ସୃଷ୍ଟି ହେବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା ବଡର ଜମ୍ବୁରା ବାଲି ଘାଟରୁ ରୋଡମ୍ୟାପ  ନଥାଇ ମେସିନ ସାହାର୍ଯ୍ୟରେ ବ୍ରିଜ ତଳୁ ବେଆଇନ ଚୋରାରେ ବାଲି ଆଣୁ ଥିବା ବାଲି ମାଫିଆ ମାନେ ଯାଜପୁର  ଜିଲ୍ଲାର କୋରେଇ ବ୍ଲକ ମଥୁରା ପୁର ଠାରୁ ସଠିପୁର ରାସ୍ତାରେ ଚଳାଚଳ କରାଇ ନଦୀ ପୋଲ  ସହ ରାସ୍ତାରେ ଖାଲ ଖମାର କରି ସାଧାରଣ ଲୋକ ମାନଙ୍କର ଜମଦୁତ ସାଜିବା ଦେଖିବାକୁ ମିଳିଛି ।ଏପରି ବେଆନ ବାଲି ଟ୍ରକ ଚାଳନାକୁ ବିରୋଧ କରି ଗତ ଦୁଇଦିନ ତଳେ ସୁକୁନ୍ଦପୁର ଗ୍ରାମର ଗ୍ରାମବାସି ମାନେ ରାସ୍ତାରୋକ କରିବା ସହ ପ୍ରଶାସନନର ନିଷ୍ପତ୍ତିରେ କାହିଁକି କାଯ୍ୟା  କାରାଯାଉନାହିଁ ଯିଦ୍‌ରେ ଅଡି ବସି ରାସ୍ତା କରି ଥିଲେହେଁ ତାହାକୁ ମାନୁ ନାହାଁନ୍ତି ବାଲିମାଫିଆ । ବାଲିମାଫିଆ ମାନେ ସରକାରୀ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ସହଯୋଗରେ ପ୍ରଶାସନିକ ବାବୁ ମାନଙ୍କୁ ପ୍ରଭାବିତ କରାରାଇ ପୁଣି ସେମାନଙ୍କ ଅସାଧୁ ବେପାର ଆରମ୍ଭ କରିବା ଦେଖିବାକୁ ମିଳିଛି । ଏହାର ଜ୍ୱଳନ୍ତ ପ୍ରମାଣ ଉକ୍ତ ବେଆଇନ କାର୍ଯ୍ୟକୁ ବିରୋଧ କରୁଥିବା ମୁକୁନ୍ଦପୁର ଗ୍ରାମବାସି ମାନଙ୍କୁ ବୈତରଣୀ ରୋଡ କଲ୍ୟାଣ ମଣ୍ଡପରେ ଏକାଠି କରାଇ କିଛି ଅର୍ଥ ନେଇ ନିରବ ରହିବାକୁ ବାଧ୍ୟ କରିବା ଓ ସେମାନଙ୍କର ବେଆଇନ ବାଲି ଚଳାଚଳକୁ ସାହାର୍ଯ୍ୟ କରିବା ବାଧ୍ୟ କରିବା ଉକ୍ତ ବୈଠକରେ ଉପସ୍ଥିତ ଥିବା ଜଣେ ଶାସକ ଦଳର ନେତା ତାଙ୍କ ନାମ ଗୋପନ ରଖିବାକୁ କହି ଏହି ସୁଚନା ଦେଇଛନ୍ତି । ନିଜର ସ୍ୱାର୍ଥ ସାଧନା କରିବାକୁ ମେଳି ହୋଇଥିବା ବିଜେପି,ବିଜେଡିର ଏହି ବାଲି ମାଫିଆ ମାନେ ସରକାରୀ ଦଳର ବିଧାୟକ ମାନଙ୍କ ପରୋକ୍ଷ ନିର୍ଦ୍ଦେଶରେ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟ କରିବା ସହ ସାଧାରଣ ଲୋକଙ୍କ ଧନ ଜୀବନ ହାନି କରିବା ଆଲୋଚ୍ୟର ବିଷୟ ହୋଇଛି । ସୂଚନା ଯୋଗ୍ୟ ମୁକୁନ୍ଦପୁର ବୈତରଣୀ ବାଲି ଘାଟ ଖାତା ନଂ ୧୦୩୧ ପ୍ଲଟ୍ ନଂ-୧୫ରୁ ବାଲି ଲୋର୍ଡ କରିବାକୁ ସରକାରଙ୍କ ନିକଟରେ ଲିଜ ଧାରୀ ମିତମ୍ବିନୀ ମିଶ୍ର ଚୁକ୍ତି କରିଥିବାବେଳେ ଖାତା ନଂ ୧୦୩୧ ପ୍ଲଟ୍ ନଂ-୧୪ରୁ ବେଆଇନ୍ ମେସିନ ସାହାଯ୍ୟରେ ବାଲି ଉର୍ତ୍ତୋଳନ କରାଯାଇଛି। ପ୍ରଶାସନ ମାନୁଆଲ ବାଲି ଉର୍ତ୍ତୋଳନ କରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିବା ବେଳେ ବେଆଇନ ଭାବେ ବୁଟୁବୁଟିଆ ରେ ବାଲି ଉର୍ତ୍ତେନ କରି ସରକାରଙ୍କ ଆର ଫର୍ମ ନଦେଇ ବେନିୟମ ବାଲି ଲୋର୍ଡ କରାଇ ସରକାରଙ୍କ ରାଜ୍ୱସ ହରିଲୁଟ କରିବା ଦେଖାଯାଇଛି। ବ୍ୟ।ସନଗର  ତହସିଲଦାର ଲିଜ୍ ଧାରୀ ମାନଙ୍କୁ ପ୍ରତି ଟ୍ରକରେ ୬ ଘନମିଟର ବାଲି ପରିବହନ କରିବାସହ ବର୍ଷକୁ ୧୦୦୦ ସିଏମ ବାଲି ଉଠାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେର୍ହେ ଦିନକୁ ମେସିନ ସାହାଯଁ ବେନିୟମ ଭାବେ ହଜାର ହଜାର ସିଏମ ବାଲି ଚୋରା ଯାଲଣ ହେଉଥିବା ଦେଖିବାକୁ ମିଳିଛି। ସୂର‌୍ୟ୍ୟସ୍ତ ପରେ ଓ ସୂଯ୍ୟ ଉଦୟ ପୂର୍ବରୁ ବାଲି ପରିବହନ ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିୟମ କରିଥିବା ବେଳେ ବାଲି ବେପାରୀ ମାନେ ୨୪ ଘଣ୍ଟା ଗାଡି ଚଳା ଚଳ କରାଇ ଉକ୍ତ ନିୟମକୁ ଖୋଲା ଖୋଲି ଉଲଙ୍ଗନ କରିବା ଦେଖିବାକୁ ମିଳିଛି। ପ୍ରଶାସନି ଅଧିକାରୀ ମାନେ ଜାଣିସୁଣି ବାଲି ଲିଜ୍ ଧାରୀ ମାନଙ୍କୁ ବେଆଇନ୍ ସାହର‌୍ୟ୍ୟ କରି ଦୈନଦିନ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି କରିବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

Related Posts

About The Author

Add Comment