ପ୍ରଶାନ୍ତ ସାହୁ ରାଜ୍ୟ ଓ.ବି.ସି. ସେଲ୍‌ର ଉପସଭାପତି ନିଯୁକ୍ତ

Spread the love

ଯାଜପୁର: ୨୮ା୦୨ (ସନ୍ଧାନ ନିଉଜ): ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନକ୍ରମେ ଯାଜପୁର ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସାହୁଙ୍କ ରାଜ୍ୟ ଓ.ବି.ସି. ସେଲ୍‌ର ସଭାପତି ବିଜୟାନନ୍ଦ ଚାଉଳିଆ ରାଜ୍ୟ ଓ.ବି.ସି. କମିଟିର ଉପସଭାପତି ଭାବେ ନିଯୁକ୍ତି କରିଛନ୍ତି । ଶ୍ରୀଯୁକ୍ତ ସାହୁ ନୂତନ ଭାବେ ଦାୟିତ୍ୱ ପାଇଥିବାରୁ ଆନନ୍ଦିତ ହେବା ସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ବର୍ଷରେ କଂଗ୍ରେସ କିପିରି ଶାସନକୁ ଆସିବ; ସେଥି ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କ ନିଯୁକ୍ତି ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ, ପ୍ରାକ୍ତନ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରାକ୍ତ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ ରାଉତ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ, ପଦ୍ମାକର ଗୁରୁ, ଦେବେନ୍ଦ୍ର ପଣ୍ଡା, ସର୍ବପରି ରାଜ୍ୟ ଓ.ବି.ସି ସେଲ୍‌ର ସଭାପତି ଶ୍ରୀ ଚାଉଳିଆଙ୍କୁ କୃତଜ୍ଞତା ଜଣାଯାଇଛି । ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରୀଯୁକ୍ତ ସାହୁଙ୍କ ଅଭିନନ୍ଦ ଜଣାଯାଇଛି ।

Related Posts

About The Author

Add Comment