ରସୁଲପୁର,୬/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ଗଂ ସ୍ଥିତି ବିଜୁ ପରିବାର ପରିବହନ କେନ୍ଦ୍ରଠାରେ ୧୦୩ତମ ବିଜୁ ଜୟନ୍ତି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ପରିବହନ କେନ୍ଦ୍ର ପରିଚାଳନା ଦାଇତ୍ୱରେ ଥିବା ଆଂଚଳି କୃଷକ ସେବା ସମିତିର ସଭାପତି ଅନନ୍ତ କିଶୋର ସ୍ୱାଇଁ କେନ୍ଦ୍ରଠାରେ ଥିବା ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିସହ ସମିତି କାର୍ଯ୍ୟାଳୟରେ ଆୟୋଜିତ ଏକ ସଭାରେ ବିଜୁ ବାବୁଙ୍କ କୃଷି ଓ କୃଷକମାନଙ୍କ ଉନ୍ନତି ଦିଗରେ ରହିଥିବା ଅବଦାନ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମିତିର କର୍ମକର୍ତ୍ତା ଓ ସଦସ୍ୟଗଣ ଉପସ୍ଥିତି ଥିଲେ । ଏଥିସହ ବିଜୁ ବାବୁ ପଂଚାୟତରାଜ ବ୍ୟବସ୍ଥାର ସ୍ରଷ୍ଟା ଭାବରେ ପରିଚିତ । ତାଙ୍କ ଜନ୍ମ ଦିବସକୁ ପଂଚାୟତରାଜ ଦିବସ ଭାବରେ ପାଳନ କରାଯାଉଛି । ଏହି କ୍ରମରେ ସିଂହାପରୁ ପଂଚାୟତରେ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି । ସରପଂଚ ଆରତି ପହି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିବସର ଗୁରୁତ୍ୱ ସଂପର୍କରେ ଆଲୋକାପତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତର ୱାର୍ଡସଭ୍ୟା ସଭ୍ୟମାନେ ଯୋଗଦେଇଥିଲେ । ଅତଲାପୁର ପଂଚାୟତରେ ସରପଂଚ ପ୍ରଫୁଲ ସାହୁ ଓ ପଂଚାୟତ ସଦସ୍ୟମାନଙ୍କ ଦ୍ୱାରା ପଂଚାୟତରାଜ ଦିବସ ପାଳନ କରିଥିଲେ । ଏଥିସହ କଳାମାଟିଆଠାରେ ବିଜୁ ଯୁବସେନା ପକ୍ଷରୁ ଆୟୋଜିତ ବିଜୁବାବୁଙ୍କ ଜୟନ୍ତି ଅବସରରେ ଶ୍ରଦ୍ଧାଞ୍ଜଳି ସଭାରେ ଯୁବନେତା ସୌମ୍ୟ ଜେନା ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୃନ୍ଦାବନ ସାମଲ, ଦୁର୍ଯେ୍ୟାଧନ ରାଉତ, ନୃସିଂହ ରାଉତ, ଅଶୋକ ଜେନା, ରବିନ୍ଦ୍ର ବେଉରିଆ, ସୁଶାନ୍ତ ଦାସ, ସୁବ୍ରତ ପାତ୍ର, ଭୈରବ ମୁନା, ଅସିତ୍ ମଲ୍ଲିକ, ନୀଳମଣି ଜେନା, ଅସିତ୍ ଜେନା, ସିଦିପ୍ତ ସାମଲ, ଗୀତାଞ୍ଜଳି ରାଉତ, ରାଜେଶ ଜେନା, ବିଶ୍ୱଜିତ୍ ରାଉତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଗୁଣାବଳୀ ଉପରେ ଆଲୋକାପତ କରିଥିଲେ ।
ପ୍ରବାଦ ପୁରୁଷ ବିଜୁ ଜୟନ୍ତୀ, ପଂଚାୟତରାଜ ଦିବସ ପାଳିତ
|
March 6, 2019 |
