ପ୍ରଧାନ ଶିକ୍ଷକ ଫାରୁ ଖାଁଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

Spread the love

ଯାଜପୁର ସଦର, ୦୩ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତର ମହେଶ୍ୱରପୁର ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ, ବିଦ୍ୟାଳୟରେ କାର୍ଯ୍ୟକରୁଥିବା ସମୟରେ ମୁଣ୍ଡବୁଲାଇ ଦେବାରୁ ଶ୍ରୀ ଖାଁ ବିଦ୍ୟାଳୟରେ ପଡ଼ିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନିଆଯାଇଥିବା ବେଳେ, ତାଙ୍କର ମୃତ୍ୟୁ ଘଟିଥିଲା । ଶ୍ରୀ ଖାଁଙ୍କର ଘର ବଡ଼ଚଣା ବ୍ଲକ ଚାରିନଙ୍ଗଳ ପଂଚାୟତର ବିଦୁଖାଁ ମହଲା ଗ୍ରାମରେ । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ସେ ବ୍ରହ୍ମବରଦା ଚାନ୍ଦପୁର ଗ୍ରାମରେ ଶିକ୍ଷକତା କରୁଥିଲେ । ତାଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା । ସେଠାରେ ଶେଷ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ତାଙ୍କ ନିଜଗ୍ରାମର ବୁଦୁଖାଁ ମହଲାକୁ ନିଆଯାଇଥିଲା । ଗାଁ ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପାଦନ କରାଯଅଇଥିବା ବେଳେ, ହାଇସ୍କୁଲର ସହାକରୀ ଶିକ୍ଷକ ନିବେଦିତା କର, କଲ୍ୟାଣୀ ସନ୍ଦିବିଗ୍ରହ, ମନୋଜ ବାରିକ, ଚାନ୍ଦ ଖାଁ, ସେକ ଅକ୍ତର ଅଲ୍କୀ, ମହେଶ୍ୱରପୁର ସରପଂଚ ଝରଣା ପାତ୍ର, ବିଦ୍ୟାଳୟର ସମସ୍ଥ ଶିକ୍ଷକ ଶିକ୍ଷୟତ୍ରୀ ଏସଏସସି କମିଟି ସଭାପତି ଏବଂ ମହେଶ୍ୱରପୁର ପଂଚାୟତର ବହୁ ବିଦ୍ଧିଜିବୀ, ବରିଷ୍ଟ ନାଗରିକ ମାନେ ଦୁଃଖ ପ୍ରକାଶ କରିବା ହସିତ ତାଙ୍କ ଆତ୍ମାକୁ ଅଲ୍ଲା ଶାନ୍ତି ଦିଅନ୍ତୁ ବୋଲି ତାଙ୍କ ପରିବାକୁ ଭଗବାନ ସହାୟ ହୁଅନ୍ତୁ ବୋଲି ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Related Posts

About The Author

Add Comment