ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Spread the love

ଜେନାପୁର/୦୩/୦୨/(ସନ୍ଧାନ ନିଉଜ୍)ର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଂଚାୟତ ବାରକଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀ ଧର ଦୋରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି!ବାଲିକୁଦିଆ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଷ୍ମୀଧର ମଲ୍ଲ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ମହାନ୍ତି ଯୋଗଦେଇଥିଲେ! ମୁଖ୍ୟ ବକ୍ତା ଭାବେ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଯୁଗଳ କିଶୋର ଦାସଏବଂ ସଂମ୍ମାନିତ ଅତିଥିଭାବେ ନିଖିଳ ନାରାୟଣ ଦେ, ପ୍ରକାଶ ଚନ୍ଦ୍ର ନାୟକ, ସୌରଭ ସ୍ନିଗ୍ଧ ପଟ୍ଟନାୟକ, ଅକ୍ଷୟ କୁମାର ମଲ୍ଲ, ରଘୁନାଥ ସାହୁ, ରଶ୍ମିତା ପରିଡା,ରୀନାରାଣୀ ଜେନା,ବସନ୍ତ କୁମାର ପତି,ଦୁର୍ଗାଚରଣ ଗାଗରାଇ,ଯୋଗଦେଇଥିଲେ! ଅତିଥି ପରିଚୟ ପ୍ରଦାନ ଅଭିମନ୍ୟୁ ମଲ୍ଲିକ, ସ୍ୱାଗତ ଭାଷଣ ବଟକୃଷ୍ଣ ସାହୁ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସୁଶାନ୍ତ କୁମାର ବାରିକ !ବାରକଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଏହି ସ୍କୁଲ ର ପରିଚାଳନା କମିଟି ର ସଭାପତି ବିଜୟ କୁମାର ସାହୁ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ,ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ! ପରେ ଏକ ଶୋଭାଯାତ୍ରାରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରାଯାଇ ବିଦାୟ ଦିଆଯାଇଥିଲା।

Related Posts

About The Author

Add Comment