ସୁନ୍ଦରଗଡ ତା:୭/୭( ସନ୍ଧାନ ନିଉଜ/ଦୁର୍ଯ୍ୟୋଧନ ଗ୍ରଡ଼ିଆ):ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଶାଗବାହାଲ ଗ୍ରାମ ପଂଚାୟତ ର ଭାଲୁ ମୁଣ୍ଡା ଗ୍ରାମ l ଏହି ଗ୍ରାମ ଟି ଛତିଶଗଡ ସୀମାନ୍ତ ରେ ଥିବା ବେଳେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ କୌଣସି ସରକାରୀ କତ୍ତୃପକ୍ଷ ଙ୍କ ଆଖି ପଡିପାରୁ ନାହିଁ । ଆମେ ଜାଣିବାକୁ ପାଇଲୁ କି ଏହି ରାସ୍ତା ଟି ଛଅମାସ ଆଗରୁ ତିଆରି ହୋଇଯିବା କଥା କିନ୍ତୁ ଏହା ବର୍ଷା ଦିନେ ଏହାର କାମ ଆରମ୍ଭ ହେବା ପ୍ରଶାସନର ଖାମଖିଆଳି ମନୋଭାବକୁ ଦର୍ଶାଉଥିବା ବେଳେ ଅଞ୍ଚଳର ଆବାଳବୃଦ୍ଧବନିତା ଅନେକ କଷ୍ଟ ପାଉଥିବା ଜନ ମହଲରେ ପ୍ରକାଶ ପାଉଛି । ଲୋକେ ଯା ଆସ କରି ପାରୁ ନା ଥିବା ବେଳେ ଅଞ୍ଚଳର ପ୍ରତ୍ୟେକ କାର୍ଯ୍ୟ ଠପ ପଡିଛି ।l ଅତି ନିମ୍ନମାନ ର କାମ ହୋଇଥିବାରୁ ରାସ୍ତା କାଦୁଅରେ ପରିପୂର୍ଣ ହୋଇଥିବା ହେତୁ ପାଠ ପଢି ଯାଉଥିବା ଛାତ୍ରଛାତ୍ରୀ ଓ ବାଇକ ଚାଳକ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ପ୍ରକାଶ । ଏ ଅଞ୍ଚଳ ଟି କୁ କେହି ପ୍ରଶାସନ ବିଭାଗ ଅଧିକାରୀ ତଦାରଖ କରୁ ନ ଥିବାରୁ ଠିକାଦାର ମନମୁଖୀ କାମ କରୁଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ।ଅତିଶୀଘ୍ର ଏହି ରାସ୍ତା କାର୍ଯ୍ୟ ତଦାରଖ କରାଯାଇ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ୍ କୁ ନିବେଦନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନୀୟମତା
|
July 7, 2023 |
