ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ

Spread the love

ଯାଜପୁର ସଦର, ୧୮ା୦୭: ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ପ୍ରଧାନମନ୍ତ୍ରୀ ଆବାଇ ଯୋଜାନରେ ହିତାଧିକାରୀ ଚୟନ ହୋଇଥିବା ବେଳେ, ବିଭିନ୍ନ ରାଜନୈତିକୁ ଆଖିଆଗରେ ରଖି ପ୍ରକୃତ ହିତାଧିକାରୀ ମାନଙ୍କୁ ଘର ଦେବାରୁ ବଞ୍ôଚତ ହୋଇଥିବା ଅଭିଯୋଗ ହୋଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ପାଞ୍ଚ ପାଞ୍ଚ ଥର ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିବା ବେଳେ, ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇ ନାମ ପ୍ରକାଶ କରାଯାଇଥିଲା । ଅନଲାଇନରେ ୱାର୍କରଅର୍ଡର ହୀତାଧିକାରୀ ମାନେ ଆଣିବା ପରେ କେତେକ ହୀତାଧିକାରୀଙ୍କ ଏକାଉଣ୍ଟକୁ ପ୍ରଥମ କିସ୍ତି ୪୦ ହଜାର ଟଙ୍କା ଆସିଥିବା ବେଳେ, ସରକାରଙ୍କ ନିୟମ ଆନୁଯାୟୀ ୨୦୧୧ ଜନଗଣନା ଅନୁସାରେ ହିତାଧିକାରୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏଠାରେ ପ୍ରଶ୍ନ ଉଠେ ଯେ, କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମାନେ ଧାର କରଜ କରି ନିୟ ଖୋଳାଠାରୁ ଆରମ୍ଭକରି ଘର ମେଣ୍ଟାଲ ଜିନିଷ ଇଟା, ବାଲି, ଚିପ୍ସ ଆଣିଥିବା ବେଳେ, ତାଙ୍କ ଏକାଉଣ୍ଟକୁ ଟଙ୍କା ନଆସିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେମାନଙ୍କୁ ପ୍ରକୃତ ହିତାଧିକାରୀ ଭାବେ ଚିହ୍ନଟ କରାଯାଇ କିପରି ବାଦ ଦିଆଗଲା ତହା ତଦନ୍ତ କରାଯିବା ପାଇଁ ଜିଲ୍ଲା ପ୍ରଶାନ ନିକଟରେ ଅଭିଯୋଗ କରାଯାଉଚି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ହିତାଧିକାରୀ ମାନଙ୍କ ଏକାଉଣ୍ଟକୁ ଟଙ୍କା ପଠାଗଲେ ସେମାନେ ଧାରକରଜ କରିଥିବା ଟଙ୍କାକୁ ସୁଝୀପାରିବେ ବୋଲି ଦାବି କରାଯାଉଚି ।

Related Posts

About The Author

Add Comment