ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଂଟନ ପ୍ରକ୍ରିୟା ଚଂଚକତା ନେଇ ବିଡିଓଙ୍କୁ ଅଭିଯୋଗ କଲା : ବିଜେପି

Spread the love

ଚଣ୍ଡିଖୋଲ, ୧୩/୨(ସନ୍ଧାନ ନିୟୁଜ/ସନ୍ତୋଷ ରାଉତ)–କ୍ଷେତ୍ରସ୍ତରୀୟ ଅଧିକାରିଙ୍କୁ ସର୍ଭେକ୍ଷଣ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥାୟୀ ପ୍ରତୀକ୍ଷା ସୂଚୀରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଉକ୍ତ ତାଲିକାରେ ସ୍ୱଛତା ଓ ପାରଦର୍ଶିତା ଆଣିବା ଲାଗି ପଂଚାୟତରାଜ ପାନୀୟ ଜଳ ବିଭାଗ କେନ୍ଦ୍ର ଶାସନ ସଚ୍ଚିବ, ଦେଓ ରଞ୍ଜନ କୁମାର ସିଂ ଓଡିଶାର ସମସ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିଦେ୍ର୍ଦଶକ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ପତ୍ର ଦ୍ୱାରା ସୂଚିତ କରିଥିଲେ । ଗ୍ରାମୀଣ ଆବାସ ପୋଟାଲରେ ପ୍ରଦର୍ଶିତ ତଥ୍ୟ ଆଧାରରେ ସ୍ଥାୟୀ ପ୍ରତିକ୍ଷା ସୂଚୀରୁ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଗ୍ରାମ ଓ ବର୍ଗଓାରୀ ପ୍ରସ୍ତୁତ କରିବାକୁ ବିଡିଓଙ୍କୁ ନିଦେ୍ର୍ଦଶନାମ ରହିଅଛି । ସାଧାରଣ ଜନତାଙ୍କ ଅଭିଯୋଗ ଶୁଣାଣି ନିମନ୍ତେ ଫେବୃୟାରୀ ୧୦ରୁ ୧୬ ତାରିଖ ଯାଏଁ ଗାଁ ଓ ପଂଚାୟତ ଓାରୀ ତାଲିକା ପଂଚାୟତ କାର୍ଯ୍ୟାଳୟରେ ପ୍ରର୍ଦଶିତ କରିବା ପାଇଁ ନିଦେ୍ର୍ଦଶନାମ ରହିଅଛି । ବ୍ଳକ କାର୍ଯ୍ୟାଲୟରେ ଏକ ଅଭିଯୋଗ ବାକ୍ସ ରହିବ ଯେଉଁଠି ଯେ କୌଣସି ବ୍ୟକ୍ତି ନାମ ଅନ୍ତର୍ଭୁକ୍ତ କରିବା ଓ କାଟିଦେବା ନିମନ୍ତେ ଥିବା ତାଙ୍କ ଅବିଯୋଗକୁ ଉକ୍ତ ବାକ୍ସରେ ପକାଇ ପାରିବେ । ବ୍ଳକ ସ୍ତରୀୟ ଅଧିକାରୀ ମାନେ ପ୍ରାପ୍ତ ହୋଇଥିବା ଅଭିଯୋଗକୁ ଅଲଗା ଅଲଗା କରି ତନ୍ମଧ୍ୟରୁ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ବାଦ ଦେବା ସହ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ତାଲଲିକାରେ ଅନ୍ତଭୁକ୍ତ କରିବା । ତାଲିାକାରୁ ନାମ କାଟ ିଦେବା ଓ ଅର୍ନ୍ତଭୁକ୍ତ କରିବା ପାଇଁ ତଦନ୍ତ ପ୍ରକ୍ରିୟା ଆସନ୍ତା ଏପ୍ରିଲ ମାସରେ କରାଯିବ, ସେଥିପାଇଁ ଅବଲମ୍ବନ କରା୍ୟିବାକୁ ଥିବା ସ୍ୱତନ୍ତ୍ର ପଦ୍ଧତିକୁ ପରବର୍ତି ସମୟରେ ସୂଚିତ କରାଯିବ । କିନ୍ତୁ ବଡଚଣା ବ୍ଳକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଧାର୍ଯ୍ୟ ସମୟସୀମାରୁ ୩ ଦିନ ଅତିକ୍ରମ କରି ଯାଇଥିଲେ ବି କୌଣସି ପଂଚାୟତ କାର୍ଯ୍ୟାଳୟରେ ତାଲିକା ମରାଯାଇ ନାହିଁ । ଏଥି ନେଇ ବଡଚଣା ବିଜେପି ପକ୍ଷରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶାରଦାନନ୍ଦ ରାଉତ, ଜିଲ୍ଲା ବିଜେପି ଉପସଭାପତି ଦେବଜାନି ପ୍ର୍ଧାନ, ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ, ଧୂଳେଶ୍ୱର ଦାସ ଓ ଲଲାଟ କେଶରୀ ମହାପାତ୍ର ସମେତ କିଛି ଆଗଧାଡିର କର୍ମୀ ବଡଚଣା ବିଡିଓଙ୍କୁ ଭେଟି ଏ ସଂପର୍କରେ ଏକ ଅଭିଯୋଗ ପ୍ରଦାନ କରିଛନ୍ତି । ଏ ସଂପର୍କରେ ବିଡିଓଙ୍କୁ ପଚାରିବାରୁ ସେ କହିଥିଲେ ସମସ୍ତ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଦେ୍ଦର୍ଶ ରହିଅଛି ପ୍ରସ୍ତୁତ ତାଲିକା କାନ୍ଥରେ ମାରିବା ପାଇଁ ।

Related Posts

About The Author

Add Comment