ଯାଜପୁର ସଦର, ୦୩ା୦୩: ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲା ଗସ୍ତରେ ଆସୁଥିବା ବେଳେ, ବିଜେପି ଦଳ ପକ୍ଷରୁ ପ୍ରସ୍ଥୁତି କାର୍ଯ୍ୟ ଯୁଦ୍ଧ କାଳିନ ଭିତ୍ତିରେ କାରାଯାଉଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଆସନ୍ତା ୫ ତାରିଖ ମଙ୍ଗଳବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲା ଚଣ୍ଡିଖୋଲକୁ ଆସୁଥିବା ବେଳେ, ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ନରେନ୍ଦ୍ର ମୋଦି ଚଣ୍ଡଖୋଲ ନିକଟସ୍ଥ ବେଣାପୁରରେ କରିବା ସହିତ ନରେନ୍ଦ୍ର ମୋଦି ଚଣ୍ଡିଖୋଲ ନିକଟସ୍ଥ ବେଣାପୁରରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ, ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତ୍ତମ ରାୟ ଉପସ୍ଥିତ ରହି ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ସୁଚାରରୁପେ ପଚିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଚାଲୁଥିବା ବେଳେ, ମାନବ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁ ସେନା ବିମାନରେ ଆସି ଭୂବନେଶ୍ୱରରେ ପହଁଞ୍ôଚବା ପରେ ସେଠାରୁ ବିମାନ ଯୋଗେ ୟେଶୋଶ୍ରୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦ ହେଲିପ୍ୟାଡ଼ରେ ଓହ୍ଲାଇ ସଭା ସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଚି । ଏହାପରେ ପାରଦ୍ୱିପ ୫୩ ନଂ ଜାତୀୟ ରାଜପଥରେ ୮ଲେନ ବିଶିଷ୍ଠ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ଯୋଗଦାନ କରିବେ । ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ଆଖିଆଗରେ ରଖି କେନ୍ଦ୍ରାଞ୍ଚଳ ଆଇଜି ଆସିସ ସିଂ, ଗୁଇନ୍ଦା ନିର୍ଦ୍ଦେଶକ ସୌମ୍ୟନ୍ଦ୍ର ପ୍ରିୟଦର୍ଶିନୀ, ଯାଜପୁର ଏସପି ଭିନିଥ ଅଗ୍ରୱାଳ ବିଭିନ୍ନ ଥାନାର ଆଇଆଇସି ମାନଙ୍କ ସହିତ ଆଲୋଚନା କରିଥିଲେ । ଏନେଇ ପୋଲିସ ଡିଜି ଅରୁଣ ଷଢ଼ଙ୍ଗୀ ଆସିବର କାର୍ଯ୍ୟକ୍ରମ ରହିଚି । ପ୍ରଧାନ ମନ୍ତ୍ରୀ ଆସୁଥିବା ବେଳେ, ବିଭିନ୍ନ ଜିଲ୍ଲାରୁ ଆସିବାକୁ ଥିବା ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ନେତା ମାନେ ଆସୁଥିବାରୁ ଏହି ସଭାକୁ ଲକ୍ଷ୍ୟାଧିକ ଜନ ସାଧାରଣ ଆସିବା ଲାଗି କଡ଼ା କଡ଼ି ବ୍ୟବସ୍ଥା କରାଯାଇଚି । ଭାଜପା ରାଜ୍ୟପ୍ରଭାରୀ ବିଜୟ ପାଳସିଂ ତୋମାର ରାଜ୍ୟ ପ୍ରବକ୍ତା ମନୋଜ ମହାପାତ୍ର, ଜିଲ୍ଲା ସଭାପତି ଗୌତ୍ତମ ରାୟ, ମହିଳା ନାରୀ ନେତ୍ରୀ ଶ୍ରୀମନ୍ତିନୀ ଜେନା, ସିପ୍ରା ବାଜପେୟୀ, ପାଣ୍ଡବ ଧଳ, ହିାମଶୁଂ ସାହୋ, ସର୍ବେଶ୍ୱର ବେହେରା ଯୋଗଦେଇ ଦାୟୀତ୍ୱରେ ଥିବା ଭାଜପା ନେତା ଅମର ନାୟକଙ୍କ ସହିତ ଆଲୋଚନା କରିଥିଲେ ଏହା ସହିତ ସଭାସ୍ଥଳକୁ ଆସିବାକୁ ଥିବା ଲୋକ ମାନଙ୍କ ଗାଡ଼ି ପାକିଂ କରାଯିବା ସହିତ ରାସ୍ତା ନିର୍ମାଣ ଦାୟିତ୍ୱ ହେଉଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପୁର୍ତ୍ତବିଭାଗ ପକ୍ଷରୁ ତୋନୋଟି ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ କରାଯାଇଥିବା ବେଳେ, ଏନେଇ ଗୁଇନ୍ଦା ପକ୍ଷରୁ ତଦନ୍ତ କରାଯାଉଚି । ୟଶୋଶ୍ରୀ ପ୍ରଧାନମନ୍ତ୍ରୀ ଆସିବାକୁ ଥିବା ବେଳେ, ପ୍ରଧାନ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବଡ଼ଚଣା ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଧାନ ମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଦେବାଲାଗି ସମସ୍ଥ ବ୍ୟବସ୍ଥା କରାଯାଇଚି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ
|
March 4, 2024 |
![](https://sandhannews.com/wp-content/uploads/2023/11/sandhanlogo-5.jpg)