ପ୍ୟାରିସ, ୭/୧୦ (ସନ୍ଧାନ ନିଉଜ) : ପ୍ରଥମ ବିଶ୍ଵଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ଫ୍ରାନ୍ସରେ ରବିବାର ଦିନ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଉଭୟ ଭାରତ ଏବଂ ଫ୍ରାନ୍ସ ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଫ୍ରାନ୍ସରେ ଅବସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୱିଲର୍ସ ଗୁଇସଲେନ ଇଣ୍ଡିଆନ ୱାର ମେମୋରିଆଲରେ ଆୟୋଜିତ ଏକ ସ୍ମାରକ ସମାରୋହରେ ପ୍ରଥମ ବିଶ୍ଵଯୁଦ୍ଧରେ ବଳିଦାନ ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ପ୍ରଥମ ବିଶ୍ଵଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କୁ ଫ୍ରାନ୍ସରେ ଶ୍ରଦ୍ଧାଞ୍ଜଳି
|
October 7, 2019 |
