ପ୍ରଥମ ପର୍ଯ୍ୟାୟ ଭୋଟ: ଭୃଗୁ, ପ୍ରଦୀପ, ତାରା ଏବଂ ସିଦ୍ଧାନ୍ତଙ୍କ ଭାଗ୍ୟ ପରୀକ୍ଷା

Spread the love

ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ଆରମ୍ଭ ହୋଇ ସାରିଛି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ । ୪ ନବରଙ୍ଗପୁର, କୋରାପୁଟ, କଲହାଣ୍ଡି ଓ ବ୍ରହ୍ମପୁର ଲୋକସଭା ସମେତ ୨୮ଟି ବିଧାନସଭା ଆସନ ପାଇଁ ହେଉଛି ଭୋଟିଂ । ତେବେ ଏହି ପର୍ଯ୍ୟାୟରେ ବିଶେଷ କରି ତିନି ଜଣ ହେବିଓ୍ବେଟଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । କହିବାକୁ ଗଲେ ଏମାନଙ୍କ ରାଜନୈତିକ କ୍ୟାରିୟରର ନିଷ୍ପତ୍ତି ଭୋଟର ଭଗବାନ ନେବେ । ଏମାନେ ହେଲେ ଭୃଗୁ ବକ୍ସିପାତ୍ର, ପ୍ରଦୀପ ପାଣିଗ୍ରାହୀ ଏବଂ ସିଦ୍ଧାନ୍ତ ମହାପାତ୍ର । ପ୍ରଦୀପ ଏବଂ ସିଦ୍ଧାନ୍ତ ବିଜେପି ଛାଡି ବିଜେଡିକୁ ଆସିଥିବା ବେଳେ ଭୃଗୁ ବିଜେପିରୁ ବିଜେଡିକୁ ଯାଇଛନ୍ତି । ସେହିପରି ତାରା ପ୍ରସାଦ ବାହିନୀ ପତି ଓ ଭକ୍ତ ଦାସ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବେ । ଆସନ୍ତାକାଲି ଭୋଟ୍ ଦେବାକୁ ଯାଉଥିବା ୪ ଲୋକସଭା ଆସନ ମଧ୍ୟରୁ ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥୀ-ମହାରଥୀ ରହିଛନ୍ତି । ପ୍ରମୁଖ ସାଂସଦ ପ୍ରାର୍ଥୀ ଭାବେ ମୁହାଁମୁହିଁ ହେବେ ବିପ୍ରଦୀପ ଓ ଭୃଗୁ । ୨୦୧୯ରେ ଭୃଗୁ ବିଜେପି ଟିକେଟରେ ଲଢ଼ି ପରାଜିତ ହୋଇଥିଲେ। ବିଧାନସଭା ଟକ୍କରକୁ ଦେଖିଲେ ବ୍ରହ୍ମପୁରର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପାଞ୍ଚ ପାଞ୍ଚ ଥରର ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ବ୍ରହ୍ମପୁରର ବର୍ତ୍ତମାନର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଏଥର ଗୋପାଳପୁରରୁ ପ୍ରାର୍ଥୀ କରିଛି ବିଜେଡି। ଦିଗପହଣ୍ଡିରେ ବିଜେପିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର। ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର। ସେପଟେ ପାରଳାଖେମୁଣ୍ଡିରେ ବିଜେପିର କେ.ନାରାୟଣ ରାଓ, କଂଗ୍ରେସର ବିଜୟ ପଟ୍ଟନାୟକ ଓ ବିଜେଡିର ରୂପେଶ ପାଣିଗ୍ରାହୀଙ୍କ ଭିତରେ ଟକ୍କର ହେଉଛି। କୋରାପୁଟରେ ଗତ ନିର୍ବାଚନ ଭଳି ଏଥର ବି ସାଂସଦ ପ୍ରାର୍ଥୀ ଭାବେ ପୁଣି ମୁହାଁମୁହିଁ ହେଉଛନ୍ତି କଂଗ୍ରେସର ସପ୍ତଗିରି ଉଲ୍ଲାକା ଓ ବିଜେଡିର କୌଶଲ୍ୟା ହିକକା। ଗତଥର ଏମାନଙ୍କ ମଧ୍ୟରେ କ୍ଲୋଜ୍ ଫାଇଟ୍ ହୋଇଥିବା ବେଳେ ଏଥର କିନ୍ତୁ ଗେମ୍ ଚେଞ୍ଜର ବନିପାରନ୍ତି ବିଜେପି ପ୍ରାର୍ଥୀ କାଳୀରାମ ମାଝୀ। କୋରାପୁଟରେ ବିଜେପି ୨୦୧୯ରେ ଗୋଟିଏ ହେଲେ ବି ବିଧାନସଭା ଆସନ ଜିତି ପାରି ନଥିଲା। ଏଠାକାର ୭ ବିଧାନସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଲଢ଼େଇ ଜୟପୁରରେ ହେଉଛି। ଏଠାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଇନ୍ଦିରା ନନ୍ଦ। ଯୁବ ଚେହେରା ଗୌତମ ସାମନ୍ତରାୟଙ୍କୁ ପୁଣି ଏଠି ପ୍ରାର୍ଥୀ କରିଛି ବିଜେପି। ସେହିପରି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକରୁ ଲଢ଼ୁଛନ୍ତି। ନୂଆପଡ଼ା ମୈଦାନରେ ପିସିସି ସଭାପତି ଶରତ ପଟ୍ଟନାୟକ ଭର୍ସେସ୍ ୩ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆ। ଭବାନୀପାଟଣାରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ୪ ଥରର ବିଧାୟକ ପ୍ରଦୀପ୍ତ କୁମାର ନାୟକ। ଅନ୍ୟ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ନର୍ଲାରୁ ଭକ୍ତ ଚରଣ ଦାସ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର ଏବଂ ଖଡ଼ିଆଳରୁ ଅଧିରାଜ ପାଣିଗ୍ରାହୀ। ନବରଙ୍ଗପୁର ଲୋକସଭା ସିଟରେ ବଳଭଦ୍ର-ପ୍ରଦୀପ-ଭୂଜବଳଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ସେପଟେ ବିଜେଡି ସାଂସଦ ରମେଶ ମାଝୀ ଏଥର ଝରିଗାଁରୁ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଉମରକୋଟରୁ ଲଢୁଛନ୍ତି ନିତ୍ୟାନନ୍ଦ ଗଣ୍ଡ।

Related Posts

About The Author

Add Comment