ସୋର,୧୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଫେସ୍ବୁକ୍ରେ ଫ୍ରେଣ୍ଡସିପ୍ ପରେ ବଢ଼ି ଯାଇଥିଲା ବନ୍ଧୁତା । ଚାଟି, କଲିଂ ପରେ ସମ୍ପର୍କ ଏତେ ନିବିଡ଼ ହେଲା ଯେ ପରିବାର ପର୍ଯ୍ୟନ୍ତ ବଢ଼ି ଯାଇଥିଲା ସମ୍ପର୍କ । ଶେଷରେ ବନ୍ଧୁ ଘରକୁ ନିମନ୍ତ୍ରିତ ହେଲେ ଫେସ୍ବୁକ୍ ବନ୍ଧୁ । ବୁଲିଯିବା ନାମରେ ରାସ୍ତା ମଝିରେ ବୋକା ବନେଇ ବାଇକ୍ ନେଇ ଫେରାର ହୋଇଗଲେ ସେହି ଫେସ୍ବୁକ୍ ବନ୍ଧୁ ଜଣକ । ଅବଶ୍ୟ ସୌଭାଗ୍ୟବଶତଃ ବାଇଟିକୁ ଭୁବନେଶ୍ୱରରେ ଅନ୍ୟ ଜଣେ ଦେଖିବାକୁ ପାଇ ଖବର ଦେବାରୁ ସୋର ପୁଲିସ୍ ବାଇକ୍ ସହିତ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି । ଗତ ରବିବାର ଘଟଣାଟି ଘଟିଥିଲା ବାଲେଶ୍ବର ଜିଲ୍ଲା ସୋର ଥାନା ନଂ ୧୬ ଜାତୀୟ ରାଜପଥ ବିଦୁ ନିକଟରେ । ବାଲେଶ୍ୱର ସାରଗାଁର ମନୋରଞ୍ଜନ ରାଉତଙ୍କ ପୁଅ ଶାନ୍ତନୁ ରାଉତଙ୍କର ଭୁବନେଶ୍ୱର ନନ୍ଦନକାନନ ଗଣ୍ଡରପୁର ଅଞ୍ଚଳର ଅନନ୍ତ ସୁବୁଦ୍ଧିଙ୍କ ପୁଅ ଦୁଷ୍ଟ ୫ ସୁବୁଦ୍ଧିଙ୍କ ସହିତ ଏକ ଫେସ୍ ବୁକ୍ ଜରି ଆରେ କିଛି ଦିନ ବାର ହେଲା ବନ୍ଧୁତା ସ୍ଥାପନ ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ଚାର୍ଟି, କଲିଂ ଚାଲିଲା । ବନ୍ଧୁତା ଅଧ୍ୟକ ନିବିଡ଼ ନି ହେବାରେ ଲାଗିଲା । ଏହି ସୂତ୍ରରେ ଦୁଷ୍ଟ ୫ ହଠାତ୍ ଦିନେ ବାଇକ୍ରେ ବାଲେଶ୍ବର ସାରଗାଁରେ ପହଞ୍ଚି ଶାନ୍ତନୁଙ୍କୁ ଚମକେଇ ଦେଇଥିଲେ । ନୂଆ ବନ୍ଧୁଙ୍କୁ ପାଇ ଶାନ୍ତନୁଙ୍କ ପରିବାର ଆପ୍ୟାୟିତ କରିବା ସହ ଦୁଇଦିନ ରେ ଧରି ଯଥାମାନ୍ୟ ଆତିଥ୍ୟତା ପ୍ରଦାନ କରିଥିଲେ । ଗତ ରବିବାର ସକାଳେ ସୋର ବୁଲି ବା ପାଇଁ ଦୁଇ ବନ୍ଧୁ ଶାନ୍ତନୁଙ୍କ ନୂଆ ସୁଜୁକି ଜିକ୍ସରରେ ବାହାରିଥିଲେ । ବିଦ୍ର ନିକଟରେ ଛିଡ଼ାହୋଇ ଜଳ ପାନ କରୁଥିବା ବେଳେ ଦୁଷ୍ମନ୍ତ ଟିକିଏ ବୁଲିଆସିବା ପାଇଁ ବାଇକ୍ ଚାବି ମାଗି ଫେରାର । ହୋଇଯାଇଥିଲେ । ବହୁ ସମୟ, ପର୍ଯ୍ୟନ୍ତ ଦୁଷ୍ଠ ୫ ନଫେରିବାରୁ ଖୋଜାଖୋଜି କରି ନିରାଶ ହେବା । ପରେ ସୋର ଥାନାରେ ଶାନ୍ତନୁ ଅଭିଯୋଗ କରିଥିଲେ। ରବିବାର ଓ ସନ୍ଧ୍ୟାରେ ଶାନ୍ତନୁ ଙ୍କର ଜଣେ ଓ ବନ୍ଧୁ ମଞ୍ଚଶ୍ଵର ଥାନା ଅଞ୍ଚଳର ଏକ ଶୌଚାଳୟ ପାଖରେ ଏହି ବାଇଟିକୁ ଦେଖି ତୁରନ୍ତ ଶାନ୍ତନୁଙ୍କୁ ଜଣାଇଥିଲେ । ସୋର ପୁଲିସ୍ ଆଇଆଇସି ମଧୁମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ରାତିରେ ମଞ୍ଚେଶ୍ୱରରେ ପହଞ୍ଚି ସ୍ଥାନୀୟ ପୁଲିସ୍ ସହାୟତାରେ ଦୁଷ୍ମନ୍ତ ଏବଂ ଚୋରି ବାଇକ୍ ଟି କୁ ଜବତ କରି ସୋର ଆଣି ଥିଲେ । ଏଥି ସହିତ ଦୁଷ୍ଟ ବାଲେଶ୍ୱରକୁ ଆଣିଥିବା ବାଇକ୍ଟି ମଧ୍ୟ କଳାହାଣ୍ଡିରୁ ଏହି ଭଳି ଭାବେ ଚୋରି କରି ଆଣିଥିବା ପୁଲିସ୍ ଜାଣି ଜବତ କରିଛି । ସୋମବାର ପୁଲିସ୍ ୨୨|୨୧ରେ ମାମଲା ରୁଜୁ କରି ଦୁଷ୍ମନ୍ତକୁ କୋର୍ଟ ଚାଲାଣ କରିଛି ।
ପ୍ରଥମେ ଫେସବୁକ୍ ରେ ବନ୍ଧୁତା ତା’ପରେ ବାଇକ୍ ଚୋରି
|
January 19, 2021 |
