ପ୍ରତ୍ୟେକ ଗାଁ, ଗାଁ ରେ ମିଳୁଛି ବିଦେଶୀ ସହିତ ଦେଶୀ ମଦ

Spread the love

ସୁନ୍ଦରଗଡ ତା:୨୬/୮/୨୦୨୫(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର ତଳସରା ଥାନା ଓ କିଞ୍ଜିରକେଲା ଥାନା ଅଧିକୃତ ଅଞ୍ଚଳ ର ପ୍ରତ୍ୟେକ ଗାଁ ରେ ମଦର ଆସାର ଜମିବାର ସୂତ୍ରରୁ ଜଣାପଡିଛି । ମଦ ପାଇ ପ୍ରତ୍ୟେକ ଅଞ୍ଚଳରେ ଚୋରି, ଗଣ୍ଡଗୋଳ ବଢିବା ସହିତ ପରିବେଶ ଅଶାନ୍ତି ହେବା ସହିତ ପୁରୁଷ ସହିତ ନାରୀମାନେ ମଧ୍ୟ ନିଶାରେ ମଶଗୁଲ ରହୁଥିବା ଦେଖିବାକୁ ମିଳୁଛି । ମଦ ପାଇଁ ବାଲିଶଙ୍କରା ବ୍ଲକ ସହିତ ସବଡେଗା ବ୍ଲକ ଅଞ୍ଚଲରେ ଚୋରି ଦ୍ଵିଗୁଣିତ ହେବାରେ ଲାଗିଛି । ସୂଚନା ଅନୁସାରେ ପ୍ରତ୍ୟେକ ଗାଁ ର ମୁଖ୍ୟ ଛକ ସହିତ ପାନଦୋକାନ,ଚା ଦୋକାନ, ଫାସଫୁଡ ଦୋକାନ ମାନଙ୍କରେ ମନ୍ ମୁତାବକ ଦେଶୀ ସହିତ ବିଦେଶୀ ମଦ ମିଳୁଥିବା ଜଣାପଡିଛି । ତା ସହିତ ଦୁଇ ଚକିଆ ଯାନ ଓ ଚାରିଚକିଆ ଯାନ ମାଧ୍ୟମରେ ମଦ ପ୍ରତ୍ୟେକ ଜାଗାକୁ ପହଞ୍ଚୁ ଥିବା ସୂଚନା ରହିଛି । ବାଲିସଙ୍କରା ଓ କିଞ୍ଜିରକେଲା ରେ ମହୁଲି ମଦ ଭାଟି ରହିଥିବା ବେଳେ ସବଡେଗା ସାପ୍ତାହିକ ହାଟ ସମ୍ମୁଖରେ ରହିଛି ବିଦେଶୀ ମଦ ଦୋକାନ । ସବଡେଗା ସାପ୍ତାହିକ ସାଜିଛି ମଦୁଆ ମାନଙ୍କ ପୃଷ୍ଠ ଭୂମି । ସ୍ଥାନୀୟ ପ୍ରଶାସନ ସହିତ ପୋଲିସ ପ୍ରଶାସନ ର ମଦ ସହିତ ମଧୁଚନ୍ଦ୍ରିକା ପାଇଁ ଜନ ସାଧାରଣ ଅସାନ୍ତିରେ ରହୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ରାଜ୍ୟ ରାଜପଥ କୁ ଲାଗିରହିଥିବା କେତେକ ଦୋକାନରେ ବିନା ବାଧାରେ ମିଳୁଛି ବିଦେଶୀ ମଦ ତା ସହିତ ସନ୍ଧ୍ୟା ସମୟରେ ପ୍ରତ୍ୟେକ ଗ୍ରାମରେ ବିଦେଶୀ ମଦର ଷ୍ଟଲ ଖୋଲିଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ପ୍ରକାଶ । ବାଲିଶଙ୍କରା ବ୍ଲକରେ ୧୯ ଟି ପଞ୍ଚାୟତ ରହିଥିବା ବେଳେ ସବଡେଗା ବ୍ଲକରେ ରହିଛି ୧୪ ଗୋଟି ପଞ୍ଚାୟତ । ଏବେ ଚାଷ ସମୟ ଥିବା ବେଳେ ମହୁଲି ମଦ ପ୍ରତ୍ୟେକ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବେଧଡକ ଭାବରେ ବିକ୍ରି ହେଉଥିବା ସୂଚନା ରହିଛି । ସବଡେଗା ରେ ଅବକାରୀ ଅଫିସ ରହିଥିବା ବେଳେ ଅଞ୍ଚଳ ରେ ମଦର ଆଶାର ଜମିବା ପ୍ରଶାସନ ପାଇଁ ଏକ ବଡ ପ୍ରଶ୍ନ ? ଏହି ମଦର ପ୍ରଭାବରେ ଅନେକ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବେଳେ କେତେକ ପରିବାର ଆତ୍ମହରା ହୋଇ ସର୍ବସାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଅତିଶୀଘ୍ର ଗାଁ ରେଚାଲୁଥିବା ମଦ କାରବାରକୁ ବନ୍ଦ କରିବାକୁ ଗ୍ରାମାଞ୍ଚଳ ର ଲୋକେ ଅଭିଯୋଗ କରୁଥିବା ଜଣାପଡିଛି । ଏଥିପ୍ରତି ଅତିଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବା ଜଣାପଡିଛି ।ଏଥିପ୍ରତି ଜିଲ୍ଲା ପ୍ରଶାସନ ସହିତ ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ଜିଲ୍ଲା ଅବକାରୀ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

Related Posts

About The Author

Add Comment