ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ।

Spread the love

ଜେନାପୁର /୦୯/୧୨/ସନ୍ଧାନ ନ୍ୟୁଜ୍)(ପ୍ରଶାନ୍ତ ସାମଲ) ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଓ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ହୋଇଥିବା ଏହି ଆନ୍ଦୋଳନ ରେ ହଜାର ହଜାର ଜନସାଧାରଣ ଙ୍କ ସହିତ ଚଣ୍ଡିଖୋଲ ବସ ମାଲିକ ସଙ୍ଘ,ବିଭିନ୍ନ କ୍ଲବ, ମହିଳା ସଂଗଠନ, ସାମ୍ବାଦିକ ସଙ୍ଘ,ଛାତ୍ର ସଂଗଠନ, ଆଖଣ୍ଡଳମଣି ବଣିକ ସଙ୍ଘ,ବ୍ରାହ୍ମଣୀ ବ୍ରିଜ ବଣିକ ସଙ୍ଘ, କଳିଙ୍ଗ ନଗର ପ୍ରଦୂଷଣ ବିରୋଧି ମଞ୍ଚ,ଙ୍କ ସମେତ ଧର୍ମଶାଳା, ସୁକିନ୍ଦା ଓ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଅନେକ ଲୋକ ସାମିଲ ହୋଇଥିଲେ।। ମୁକୁନ୍ଦପାତ୍ର କଲେଜର ଶତାଧିକ ଛାତ୍ର ଛାତ୍ରୀ ଏକ ଶୋଭାଯାତ୍ରାରେ ଆସି ଧାରଣାରେ ସାମିଲ ହୋଇଥିଲେ।
ଧାରଣା ସ୍ଥଳରେ ଧର୍ମଶାଳା ବିଧାୟକ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିତିକାନ୍ତ କାନୁନଗୋ, ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାର,ଉପ ଜିଲ୍ଲାପାଳ ଅଂଶୁମାନ ଶତପଥୀ,ଢେ଼ଙ୍କାନାଳ ଡେପୁଟି ମ୍ୟାନେଜର ଜେପି ବର୍ମା ଜେନାପୁର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ, କଳିଙ୍ଗ ନଗର ଥାନା ଅଧିକାରୀ ପ୍ରକାଶ ସାହୁ,ବାରଗାଡ଼ିଆ ସମିତି ସଭ୍ୟା ମୃତ୍ୟୁଞ୍ଜୟ ଦେଓ, ପିଙ୍ଗଲ ସମିତି ସଭ୍ୟା ନିରୁପମା ବେହେରା,ସୁକିନ୍ଦା ଗଡ଼ ପଞ୍ଚାୟତ ସରପଞ୍ଚ ସ୍ୱାଧୀନ ଦାସ ପ୍ରମୁଖ ଙ୍କ ଉପସ୍ଥିତ ରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଧାରଣାରେ ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ କାନ୍ତ ବେହେରାଙ୍କ ନେତୃତ୍ୱରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ସାମ୍ବାଦିକ ପରମାନନ୍ଦ ସାହୁ, ଉପଦେଷ୍ଟା ପଙ୍କଜ ଚରଣ ମଲ୍ଲ,ଶକ୍ତି ରଞ୍ଜନ ଦାସ,ତପନ କୁମାର ଦଳାଇ,ଶକ୍ତି ପ୍ରସାଦ ସାମନ୍ତ, ସୌମ୍ୟ ସାହୁ,ଗଗନ ମହାନ୍ତି, ଯଶୋବନ୍ତ ସାହୁଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଥିଲେ

Related Posts

About The Author

Add Comment