ପ୍ରତିଶୃତି ପାଳନ କଲାନାହିଁ ଏନଏଚଏ ଆଇ, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଦାବିରେ ଗର୍ଜିଲା ସଚେତନ ନାଗରିକ ମଂଚ

Spread the love

ଯାଜପୁର, ୧୩/୨(ସନ୍ଧାନ ନିୟୁଜ/ମାନସ ରାଉତ) ଚଣ୍ଡିଖୋଲ ଠାରୁ ଡୁବୁରି ୫୩ ନଂ ଜାତୀୟ ରାଜପଥ ଲୋକମାନଙ୍କ ପାଇଁ ମରଣ ଜନ୍ତା ପାଲଟିଛି । ଗତ କେଇଦିନ ମଧ୍ୟରେ ଅନେକ ଦୁର୍ଘଟଣା ଘଟି ୭ରୁ ଅଧିକ ମୃତ୍ୟୁ ମୁଖରେ ପଡିଥିବା ବେଳେ ୨୫ର ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ଏପରି ସ୍ଥଳେ ଆଜି ସଚେତନ ନାଗରିକ ମଂଚ ତରଫରୁ ବ୍ରାହ୍ମଣି ସେତୁ ପାଦଚଲା ରାସ୍ଥା ଉପରେ ଦ୍ୱିତୀୟ ବ୍ରାହ୍ମଣି ସେତୁ ନିର୍ମାଣରେ ଅହେତୁକ ବିଳମ୍ବକୁ ନେଇ ସଚେତନ ନାଗରିକ ମଂଚ ତରଫରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଆବାହକ ସରୋଜକାନ୍ତ ବେହେରା ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କର ଖାମଖିଆଲି ମନୋଭାବର ଦୃଢ ନିନ୍ଦା କରିବା ସହ ବିଗତ ଦିନରେ ଏନଏଚ କର୍ତ୍ତୁପକ୍ଷ ଦେଇଥିବା ପ୍ରତିସୃତି ପାଳନ କରିବାରେ ବିଫଳ ହୋଇଥିବା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ବ୍ରାହ୍ମଣି ସେତୁ ମରାମତି ଓ ଦ୍ୱୀତିୟ ସେତୁ ନିର୍ମାଣ ସହ ରାସ୍ତାର ତୁରନ୍ତ ମରାମତି ଦାବି କରି ବାରମ୍ବାର ରାସ୍ତାରୋକ ଫଳରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଡୁଆ ପରିସ୍ଥିତି ର ସମ୍ମୁଖିନ ହେବା ଫଳରେ କିଛି ଦିନ ପୁର୍ବରୁ ରାସ୍ତାରେ ତାଳିପକା କାର୍ଯ୍ୟ ଆରମ୍ଭ ହୋଇଥିଲା । ସାମୟିକ ଭାବେ କିଛି ଦିନ ରାସ୍ତାକୁ ସଚଳ କରିବା ଲକ୍ଷରେ ରାସ୍ତା ଉପରେ ଥିବା ବଡ ବଡ ଖାତ ଗୁଡିକ ପୋତି ଦେଇଥିଲେ । କିନ୍ତୁ ରାସ୍ତାରେ ଥିବା ଛୋଟ ଓ ମଧ୍ୟମ ଖାଲ ଗୁଡିକୁ ଛାଡି ଚାଲି ଜିବା ଫଳରେ ସେଗୁଡିକ ଏବେ ଭାରି ଯାନ ଚଳାଚଳ କରିବାରୁ ତାହା ବିପଦ ସଂକୁଳ ହୋଇ ପଡିଲାଣି । ଖାଲ ଗୁଡିକ ମରାମତି ପାଇଁ ବ୍ୟବହାର ହୋଇଥିବାପିଚୁ ନିମ୍ନ ମାନର ହୋଇଥିବାରୁ ତାହା ଏବେ ଉଠି ଯିବାକୁ ବସିଲାଣି । ପୁରୁଣା ପୋଲର ୧୧୫ ବିୟରିଂମଧ୍ୟରୁ ମାତ୍ର ୨୫ଟି ସଜଡା ଜାଇଥିବା ବେଳେ ଅନ୍ୟ ଗୁଡିକ ଏବେ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି । ଫେବୃୟାରୀ ୧୦ ମଧ୍ୟରେ ଭଙ୍ଗା ବ୍ୟରିକେଟ ଫୁଟପାଥର ସମ୍ପୁର୍ଣ୍ଣ ମରାମତି ଦାବି ଥିଲା କିନ୍ତୁ ତାହା ନହୋଇ ମାତ୍ର ୨୦ ପ୍ରତିଶତ ହୋଇପାରିଛି । ୪ ଥାକିଆ ନୂଆ ରାସ୍ତା ଓ ଦ୍ୱିତୀୟ ସେତୁ ଏପ୍ରିଲ ମଧ୍ୟରେ ହେବାର ପ୍ରତିଶୃତି ଦେଇ ଏନ ଏଚ ବିଭାଗ ଏବେ ଚୁପ ହୋଇ ବସିରହିଛି । ସେ କାର୍ଯ୍ୟ ମଧ୍ୟ ତ୍ୱରାନ୍ୟୁତ ହୋଇପାରିନାହିଁ । ଏସମ୍ବନ୍ଧରେ ଗତ ୬ ତାରିଖରେ ଜି ଏମ ଏ କେ ପାଢିଙ୍କୁ ଭେଟି ଦାବିପତ୍ର ଦିଆଯାଇଛି । ଯଦି ତୁରନ୍ତ କର୍ତ୍ତୁ ପକ୍ଷ କୌଣସି ପଦେକ୍ଷପ ଗ୍ରହଣ ନକରନ୍ତି ତେବେ ସମୁହ ସ୍ୱାର୍ଥ ପାଇଁ ପୁନର୍ବାର ଆନେ୍ଦାଳନକୁ ଓହ୍ଲାଇବାକୁ ମଂଚ ତରଫରୁ ଚେତାବନି ଦିଆଯାଇଛି ।

Related Posts

About The Author

Add Comment