ପ୍ରତିଜ୍ଞା ନିଶା ନିବାରଣକେନ୍ଦ୍ରରେ ଆର୍ନ୍ତଜାତୀୟବିଶ୍ୱ ନିଶାମୁକ୍ତି ଦିବସମହା-ଆଡମ୍ବ ସହକାରେ ପାଳିତ

Spread the love

୨୬/୦୬/୨୦୨୧ (ସନ୍ଧାନ ନିଉଜ) : ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଆନ୍ତର୍ଜାତୀୟ ବିଶ୍ୱ ନିଶାମୁକ୍ତି ଦିବସ ଅଧ୍ୟକ୍ଷ ଶ୍ରୀ ଅବନିକୁମାର ପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁରଖ ସହକାରେ ପାଳିତ ହୋଇଯାଇଅଛି ।ସର୍ବ ପ୍ରଥମେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ୟେଶରେ ଏକ ସଚେତନ ତାର୍ୟାଲିକେନ୍ଦ୍ର ପରିସରରୁ ସକାଳ ୧୦ଘ. ସମୟରେ ବାହାରି ଷ୍ଟେସନ ବଜାରଛକ ଦେଇ ବାଲେଶ୍ୱର ଗୋଲେଇ ଛକ ପର୍ଯ୍ୟନ୍ତ ଦେଇ ବିଭିନ୍ନ ନିଶାବିରୋଧି ଶ୍ଳୋଗାନ ଦେଇ ପରିକ୍ରମା କରିଥିଲେ ।ଉକ୍ତର୍ୟାଲିରେ ୭୦ରୁ ଉର୍ଦ୍ଧ ଅନ୍ତେବାସୀ କର୍ମକର୍ତା ଏବଂ ନିଜେ ଅଧ୍ୟକ୍ଷ ଶ୍ରୀ ପତି ଉପସ୍ଥିତ ଥିଲେ । ଏଥି କେନ୍ଦ୍ରରେ ଏକ ସଦ୍ଭାବନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଜଗତର ସୁନାମ ଧନ୍ୟ ଅଭିନେତା ଶ୍ରୀ ଦେବାଶିଷ ପତି, ସୁଖ୍ୟା ତ୍ସମାଜ ସେବୀ ଶ୍ରୀମତୀ ହେମଲତା ଦାସ, ସମାଜ ସେବୀ ସୁଜ୍ୟପଣ୍ଡା ଏବଂ ସମାଜ ସେବୀ ସୁବ୍ରତ କୁମାର ମୁଖୀ ପ୍ରମୁଖ ଯୋଗଦାନ ଦେଇ ଅନ୍ତେବାସୀମାନଙ୍କୁ ନିଶାକୁ ପ୍ରଭାବ ବିଷୟରେ ଅବଗତ କରାଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରର ସମ୍ପାଦକ ଶ୍ରୀଯୁକ୍ତ ପିତବାସ ରାଉଳ, ସହ-ସମ୍ପାଦକ ସଞ୍ଜୟ କୁମାର କିସ୍କୁ, ଉପ-ସଭାପତି ଲୋକନାଥ ମହାନ୍ତ, ସଦସ୍ୟ ଜୟନ୍ତ ଘୋଷ, ସମୀର ମହାନ୍ତି, ତୁଷାର ମହାକୁଡ ଏବଂ ସଞ୍ଜଶ ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସହଯୋଗ କରିଥିଲେ । ସର୍ବଶେଷରେ ଅଧ୍ୟକ୍ଷ ଶ୍ରୀ ଅବନି କୁମାର ପତିସମସ୍ତ ଅନ୍ତେବାସୀ, କର୍ମକର୍ତା, କର୍ମରୀଙ୍କ ତରଫରୁ ଅତିଥି ବୃନ୍ଦଙ୍କୁ ଏବଂ ସମସ୍ତ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment