ପ୍ରଣବ ହଟାଅ ଅଭିଯାନ ତେଜିଲା, ପୁଣି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

Spread the love

ଯାଜପୁର,୧୦/୩, ୮/୩ (ସନ୍ଧାନ ନିୟୁଜ) ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ବିଭିନ୍ନ ଦୁର୍ନିତିରେ ଛନ୍ଦି ହୋଇ ପଡି ଉଭୟ ଧର୍ମଶାଳା ଏବଂ ବି.ଜେ.ପି ପାଇଁ ବୋଝ ସାଜିଥିବା ଅଭିଯୋଗ କରି ପୁଣି ରବିବାର ଧର୍ମଶାଳାରେ ନିଆଁ ଜଳିଛି । ଧର୍ମଶାଳା ବ୍ଲକର ଜେନାପୁର ଥାନା ଅନ୍ତର୍ଗତ ଭେଜିଗୋଠରେ ବି.ଜେ.ଡି କର୍ମୀମାନେ ଏକାଠି ହୋଇ ଧର୍ମଶାଳା ବିଧାୟକଙ୍କ କୁଶ ପୁତଳିକା ଦାହ କରିବା ସହ ଧର୍ମଶାଳାର ଭୂମିପୁତ୍ର ସତୀଶ ବିଶ୍ୱାଳଙ୍କୁ ଟିକେଟ ଦେବାକୁ ଦାବି କରିଥିଲେ ।
ଏଠାରେ ଏକଜୁଟ ହୋଇଥିବା ଶତାଧିକ କର୍ମିମାନେ ଅଭିଯୋଗ କରିଥିଲେ ଯେ, ଧର୍ମଶାଳାର ପାହାଡ ପର୍ବତ ହରିଲୁଟ କରାଯିବା, ଡଙ୍କାରୀ ପ୍ରସଙ୍ଗରେ ସରକାରଙ୍କୁ ୨୫ କୋଟି ଟଙ୍କା ଜରିମାନା ନିଦେ୍ର୍ଦଶ, ପାହାଡ ଫଟା ପାଇଁ ଭୂତଳ ଜଳ ପ୍ରଦୂଷିତ ହୋଇ ଲୋକେ ବିଭିନ୍ନ ରୋଗରେ ମୃତ୍ୟୁ ବରଣ କରିବା, ସରକାର ବିପୁଳ ପରିମାଣର ରାଜସ୍ୱ ହରାଇବା, ନିଜେ ବିଧାୟକ ଯାରକାରେ ଜଙ୍ଗଲ ଜମି ଦଖଲ କରିବା ଏବଂ ଘଙ୍ଗପାଟଣାରେ ଜଙ୍ଗଲ ଜମି ହଡପ କରିଥିବା ବେଳେ ଧର୍ମଶାଳାର ବହୁଗ୍ରାମର ଲୋକଙ୍କ ଭିଟାମାଟିକୁ ଜଙ୍ଗଲ କରାଯିବା, ରାଜନୀତିର ବ୍ୟବସାୟୀ କରଣ କରି ନିର୍ଦ୍ଧିଷ୍ଟ ଠିକାଦାରୀ ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯିବା, ବ୍ୟାପକ ଟେଣ୍ଡର ଫିକ୍ସିଂ,ଇଛାଧୀନ କୋଟା ଦୁର୍ନିତି, ଚିଟଫଣ୍ଡ ଲିଙ୍କ, ଡି ବ୍ରଦର୍ସ ଲିଙ୍କରେ ସି.ବି.ଆଇ ଜେରା ଏବଂ ଇ.ଡି ଜେରାର ସମ୍ମୁଖୀନ ହେବା, ଧର୍ମଶାଳା ବାହାର ଲୋକ ହୋଇ ବି ବାପା ପରେ ପୁଅ ବିଧାୟକ ହେବା, ଭାଇ ଚେୟାରମ୍ୟାନ ହେବା , ନିଜର ଅନ୍ୟ ଅନୁଗତ ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇ ପାରିବାରିକ ଶାସନ କରାଯିବା ଆଦି ପ୍ରସଙ୍ଗ ଉଭୟ ଧର୍ମଶାଳା ଏବଂ ବି.ଜେ.ଡି ପାଇଁ ବଡ କଳଙ୍କର ବୋଝ ହୋଇଛି । କୋଣାର୍କ ଟିଭି ଦୁର୍ନିତି, ରାଜ୍ୟସଭାରେ କ୍ରସଭୋଟ କରି ଦଳରୁ ବିଧାୟକଙ୍କ ବାପା ସ୍ୱର୍ଗତ କଳ୍ପତରୁ ଦାସ ସସପେଣ୍ଡ ହେବା, ନବୀନଙ୍କ ଦ୍ୱାରା ଦିଆଯାଇ ଥିବା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅତୀତରେ କଳ୍ପତରୁ ହରାଇବା, ନବୀନଙ୍କ ବିରୋଧରେ ସେ ସମୟରେ କଳ୍ପତରୁ ସେନା ଗଢିବା ଆଦିକୁ ସେ ସମୟରେ ବିରୋଧ କରି ଧର୍ମଶାଳାରୁ ନବୀନଙ୍କୁ ସମର୍ଥନ ଦେଇଥିବା ବି.ଜେ.ଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳଙ୍କୁ ବି.ଜେ.ଡି ଟିକେଟ ପ୍ରଦାନ ନକଲେ ଲୋକେ ଦଳ ଛାଡିବାକୁ ବାଧ୍ୟ ହେବେ ବୋଲି ଲୋକେ ପ୍ରକାଶ କରିଥିଲେ । ଏଥିରେ ସର୍ବଶ୍ରୀ ମଥୁରୀ ରାଉତ, ଝାଟି ପରିଡା, ସୁବାଷ ପ୍ରଧାନ, ସୁଶାନ୍ତ ପ୍ରଧାନ, ଧୀରେନ୍ଦ୍ର ସ୍ୱାଇଁ, ସୁଧାଂଶୁ ପ୍ରଧାନ, ବିପିନ ବିହାରୀ, ବସନ୍ତ ମଲିକ, ଦୀପକ ରାୟ, ପ୍ରତି ରଂଜନ , ସାଗର ରାଉତ, ପ୍ରତାପ ସାହୁ, ପୀତବାସ ପ୍ରଧାନ, ଅକ୍ଷୟ ପରିଡା, ମାନଓ ରାଉତ, କିଶୋର ନାୟକ, ଦିଲିପ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Report- Kartik Swain, Jajpur

Related Posts

About The Author

Add Comment