ପ୍ରଚାରରେ ନେଉଳପୁରର ସରପଂଚ ପ୍ରାର୍ଥୀନୀ ନଜମୁନ୍ ବେଗମ ଆଗୁଆ

Spread the love

ନେଉଳପୁର, (ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳୀ ନେଉଳପୁର ପଂଚାୟତରେ ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳୁଛି । ପଂଚାୟତରେ ସରପଂଚ ପାର୍ଥୀନୀ ହୋଇଥିବା ୪ଜଣ ମହିଳାଙ୍କ ମଧ୍ୟରୁ ବିଜେଡି ସମର୍ଥିତ ପାର୍ଥୀନୀ ନଜମୁନ୍ ବେଗମ ଅନ୍ୟମାନଙ୍କ ଅପେକ୍ଷା ବହୁ ଆଗରେ ରହିଛନ୍ତି । ନଜମୁନ୍ ଆରମ୍ଭରୁ ସମସ୍ତ ୱାଡଁ ବୁଲି ବୁଲି ନିଜ ପାଇଁ ପ୍ରଚାର କରୁଥିବା ବେଳେ ନିଜର ଚିହ୍ନ ସୁର୍ଯ୍ୟରେ ଭୋଟ ଦେବା ପାଇଁ ଭୋଟର ମାନଙ୍କୁ ନିବେଦନ କରୁଛନ୍ତି । ଅନ୍ୟପଟରେ କାଲି ନେଉଳପୁର ୱାର୍ଡ ନମ୍ବର ୧ କଦଳାରେ ତାଙ୍କୁ ବିପଳୁ ସମର୍ଥନ ମିଳିଥିବା ଜଣାପଡିଛି । ସେହିପରି ନେଉଳପୁର ଜୋରସାହି, ନେଉଳପୁର ବଜାର ଏବଂ ୬ନମ୍ବର ୱାର୍ଡରେ ମଧ୍ୟ ତାଙ୍କୁ ଭୋଟର ମାନେ ଗ୍ରହଣ କରୁଥିବା ପରିଲକ୍ଷିତ ହୋଇଛି । ଏହି ପ୍ରଚାରରେ ନଜମୁନ୍‌ଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା ଏବଂ ସମିତସଭ୍ୟା ପ୍ରାର୍ଥୀନି ନିରୁପମା ବାରିକ ମଧ୍ୟ ପ୍ରଚାରରେ ସାମିଲ ହୋଇ ନିଜ ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।

Related Posts

About The Author

Add Comment