ପ୍ରଗତି ସ୍କୁଲ ମାନ୍ୟତା ରଦ କରିବାକୁ ନିଦେର୍ଶ ଦେଲେ ଜ଼ିଲ୍ଲାପାଳ 

Spread the love
ରାଉରକେଲା,୨୦/୦୩ (ସନ୍ଧାନ ନିୟୁଜ/ସୁବୋଧ ନାୟକ):ପ୍ରଗତି ସ୍କୁଲ ମାନ୍ୟତା ରଦ କରିବାକୁ ନିଦେର୍ଶ ଦେଲେ ଜ଼ିଲ୍ଲାପାଳ ।    ଦୀର୍ଘ  ବର୍ଷ ହେଲା ଲାଗି ରହିଛି ବିବାଦ । ବିବାଦ ତୁଟିବାରେ ନାଁ ନେଉଁନି । ଘରୋଇ ସ୍କୁଲ କର୍ତୃପକ୍ଷ ଓ ଅଭିଭାବକ ମାନଙ୍କ ମଧ୍ୟରେ ଚାଳୁଛି ଶୀତଳ ଯୁଦ୍ଧ! ହରଡ଼ଘଣାରେ ପଡ଼ିଛନ୍ତି କୋମଳମତି ଛାତ୍ରଛାତ୍ରୀ । ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ଅଭିଭାବକ ଏହି ଘରୋଇ ଇଂଲିସ ସ୍କୁଲରେ ଦେଖାଦେଉଥିବା ବିଭିନ୍ନ ଅସୁିଧାକୁ ନେଇ ଅନେକଥର ମନ୍ତ୍ରୀ, ଜିଲ୍ଲାପାଳ, ଏଡ଼ିଏମ, ବିିଓ, ଡିଇଓଙ୍କ ବାରଣ୍ଡା ଓ ପ୍ରକୋଷ୍ଠରେ ଏକତ୍ରୀତ ହୋଇ ଧାରଣା ଓ ଆଲୋଚନା କରି ସାରିଛନ୍ତି । ଅଭିଭାବକ ମାନଙ୍କ ସହ ଓଡ଼ିଶା ଅଭିଭାବକ ମହାସଂଘର କର୍ମକର୍ତା ମାନେ ଇଂଲିସ ସ୍କୁଲରଏହି ମନମାନିକୁ ନେଇ ଜାରି ରଖିଛନ୍ତି ଦୁର୍ବାର ଆନ୍ଦୋଳନ । ତଥାପି ଏଯ୍ଧଶ କୌଣସି ସ୍ଥାୟୀ ପ୍ରତିକାର କରୁନି ପ୍ରଶାସନ! ଏହାକୁ ନେଇ ଚିନ୍ତିତ ଓ ମର୍ମାହତ ହୋଇ ପଡ଼ିଛନ୍ତି ଦକ୍ଷିଣ ରାଉରକେଲା ସାରନଗରୀ ଅଂଚଳର ଅଭିଭାବକ । ସେପଟେ ଓଡ଼ିଶା ଅଭିଭାବକ ମହାସଂଘ ଏହି ଘରୋଇ ଇଂଲିସ ମିଡିୟମ ସକ୍‌ୁଲ ବିରୋଧରେ ଫୁଙ୍କିଛି ଶଂଖଂନାଦ ! ଯାହାର ଦୁନ୍ଦୁଭି ଶିଳ୍ପ ରାଜଧାନୀ ରାଉରକେଲା ଠାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଶୁଭିଲାଣି । ଏହି ଘରୋଇ ଇଂଲିସ ମିଡ଼ିୟମ ସ୍କୁଲରେ ଚାଲୁଥିବା ଅପାରଗ ମ୍ୟାନେଜମେଂଟ କମିଟି ବଦଳିବାକୁ ଅଭିଭାବକ  ମାନଙ୍କ ପକ୍ଷରୁ ଦାବି ହୋଇଛି ।

Related Posts

About The Author

Add Comment