ଯାଜପୁର, ତା ୬ା୧ : ୨୦୨୩ ମସିହା ପାଇଁ ଯାଜପୁର ଜିଲ୍ଲାର ଚୂଡାନ୍ତ
ଭୋଟର ତାଲିକା ପ୍ରକାଶ ପାଇଚ୍ଥି । ଶୁକ୍ରବାର ଦିନ ଊପ-ଜିଲ୍ଲାପାଳଙ୍କ
କକ୍ଷରେ ଭୋଟର ତାଲିକା-୨୦୨୩ କୁ ପ୍ରକାଶନ କରାଯାଇଚ୍ଥି । ଉପ-
ଜିଲ୍ଲାପାଳ ଏହାକୁ ଲୋକାର୍ପିତ କରିଚ୍ଥନ୍ତି । ସମସ୍ତ ରାଜନୈତିକ ଦଳଙ୍କୁ
ଏହି ତାଲିକା ପ୍ରଦାନ କରାଯାଇଚ୍ଥି । ଉତ୍ତମ ଭାବେ ଭୋଟର ସଚେତନତା
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଜିଲ୍ଲାରେ ଭୋଟରଙ୍କ ସଂଖ୍ୟା ପୂର୍ବ
ବର୍ଷ ତୁଳନାରେ ବୃଦ୍ଧି ଘଟିଚ୍ଥି । ଜିଲ୍ଲା ନିର୍ବାଚନ ପଞ୍ଜିକରଣ
ଅଧିକାରୀ ତଥା ଉପ-ଜିଲ୍ଲାପାଳ ଗୋପିନାଥ କୁଅଁର ଭୋଟର ତାଲିକା
ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ରାଜନୈତିକ ଦଳ ମାନଙ୍କର ସହଯୋଗ ଏବଂ ସମନ୍ୱୟ
ଯୋଗୁଁ ଏହି ତାଲିକା ପ୍ରକାଶ ହୋଇପାରିଚ୍ଥି ବୋଲି ମତବ୍ୟକ୍ତ କରିଥିଲେ ।
ସୂଚନା ଥାଉ କି, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଅଧୀନରେ
ଜିଲ୍ଲାରେ ପଂର୍ମ -୬ ମାଧ୍ୟମରେ ୫୧ ହଜାର ୩୪୪ ଜଣ ଯୋଗ ନିମନ୍ତେ ଆବେଦନ
କରିଥିଲେ ଓ ୧୧ ହଜାର ୮୧୮ ଜଣ ତୃଟି ସଂଶୋଧନ ନିମନ୍ତେ ଆବେଦନ କରିଥିଲେ ।
ଯାଜପୁର ଜିଲ୍ଲାରେ ମୋଟ ୭ ଗୋଟି ନିର୍ବାଚନ ମଣ୍ଡଳୀରେ ୭ ଲକ୍ଷ ୮୧ ହଜାର
୮୧୬ ଜଣ ପୁରୁଷ, ୭ ଲକ୍ଷ ୩୧ ହଜାର ୨୭୯ ଜଣ ମହିଳା ଓ ୬୫ ଜଣ ଅନ୍ୟାନ୍ୟ ବର୍ଗର
ଭୋଟର ରହିଚ୍ଥନ୍ତି । ସର୍ବମୋଟ ଭୋଟର ସଂଖ୍ୟା ୧୫ ଲକ୍ଷ ୧୩ ହଜାର ୧୬୦ ଜଣ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ପକ୍ଷରୁ ସୁଦୀପ୍ତ ପଣ୍ଡା,
ବିଜେଡି ପକ୍ଷରୁ ରଶ୍ମୀ ରଂଜନ ରାଉତରାୟ, ସିପିଆଇ(ଏମ୍) ପକ୍ଷରୁ ମଳୟ ପଣ୍ଡା
, ସିପିଆଇ ପକ୍ଷରୁ ପ୍ରପୁଂଲ ନାୟକ, ବିଏସ୍ପି ପକ୍ଷରୁ ମନୋଜ ଜେନା,
ନିର୍ବାଚନ ପଞ୍ଜିକରଣ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ବସନ୍ତ କୁମାର ସାହୁ ଏବଂ
ଅଜୟ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ପ୍ରଜ୍ଞା
ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା – ୨୦୨୩
|
January 6, 2023 |
