ପ୍ରକାଶ ପାଇଲା ଅଯୋଧ୍ୟା ଜମି ବିବାଦ

Spread the love

ନୂଆଦିଲ୍ଲୀ, (ସନ୍ଧାନ ନିଉଜ): ମାନ୍ୟବର ସୁପ୍ରିମକୋର୍ଟ ଆଜି ଭାରତର ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦର ଶୁଣାଣି କରିଛନ୍ତି।ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଜଜ୍ ଏକ ମତ ହୋଇ ରାୟ ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଅଯୋଧ୍ୟା ମାମଲା ୯ ବର୍ଷ ଧରି ସୁପ୍ରିମକୋର୍ଟରେ ଥିଲା।ଏବେ ଲଗାତାର ୪୦ ଦିନର ଶୁଣାଣି ପରେ ଆଜି ସୁପ୍ରିମକୋର୍ଟ ଏହି ଐତିହାସିକ ରାୟ ଶୁଣାଇଛନ୍ତି।

କୋର୍ଟଙ୍କ ରାୟର କିଛି :-
●ରାମ ଚବୂତରା, ସୀତା ରୋଷାଇ ଥିବାର ପ୍ରମାଣ
●ମୁସଲିମ ସଂପ୍ରଦାୟ ଶୁକ୍ରବାର ନମାଜ ପଢ଼ୁଥିବାର ପ୍ରମାଣ
●୧୮୫୭ ପୂର୍ବରୁ ପରିସର ମଧ୍ୟରେ, ଗର୍ଭଗୃହ ଭିତରେ ହିନ୍ଦୁମାନେ ପୂଜା କରୁଥିଲେ
● ସୁନ୍ନି ୱାର୍କ ଅଫ ବୋର୍ଡ ପ୍ରମାଣ ଦେବାରେ ବିଫଳ

●ନିର୍ମୋହି ଅଖଡ଼ା ଦାବି ଖାରଜ
● ଜମିକୁ ତିନି ଭାଗରେ ବାଣ୍ଟିବା ରାୟ ଦେବା ଏଲ୍ହାବାଦ ହାଇକୋର୍ଟଙ୍କ ଭୁଲ ନିଷ୍ପତି ଥିଲା।
●ବିବାଦୀୟ ସ୍ଥଳୀରେ ହେବ ରାମ ମନ୍ଦିର
● କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଟ୍ରଷ୍ଟ ନିର୍ମାଣ କରି ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବେ
●ବିବାଦୀୟ ୨.୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମୀ ନ୍ୟାସକୁ ଜମି ହସ୍ତାନ୍ତର
●ମସ୍ଜିଦ୍ ନିର୍ମାଣ ପାଇଁ ମୁସଲିମ ସଂପ୍ରଦାୟଙ୍କୁ ଅନ୍ୟତ୍ର ୫ ଏକର ଜମି ପ୍ରଦାନ କରିବେ ସରକାର

 

 

odiapua

Related Posts

About The Author

Add Comment