ପ୍ରକଳ୍ପ ବୁଲି ଦେଖିଲେ ଯାଜପୁର ଜିଲ୍ଲାପାଳ

Spread the love

ଯାଜପୁର ସଦର, ୦୫ା୦୪: ଯାଜପୁର ଜିଲ୍ଲା ବରୀ ବ୍ଲକର ବିଭିନ୍ନ ଉନ୍ନତ୍ତି ମୂଳକ ପ୍ରକଳ୍ପ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ସହିତ ବୁଲି ଦେଖିଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ବରୀ ବ୍ଲକର ସରହ ସାହି ଏମଡିଆର ୧୪ ଭୟାକନ୍ତିବାଙ୍କ ରାସ୍ତା ଜିଲ୍ଲାପାଳ ବୁଲି ଦେଖିଥିଲେ । ଏହି ରାସ୍ତାକୁ ଉନ୍ନତ୍ତ କରଣ କରିବା ସହିତ ବିଧାୟୀକା ସୁନନ୍ଦା ଦାସ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏହାପରେ ବାଇଁସିରିଆ ପଂଚାୟତ ନିକଟସ୍ଥ ବାଲିଆପାଳ ହାଟର ସ୍ୱାଇବ୍ୟବସ୍ଥା ପାଇଁ ସ୍ଥାନନିରୁପଣ କରିବା ସହିତ ଶ୍ରୀଯୁକ୍ତ ରାଠୋର ବୁଲି ଦେଖିଥିଲେ । ବାଲିକାନ୍ତିଆ ଠାରେ ପୋଲ ନିର୍ମାଣ କରାଯିବା ପାଇଁ ଏହି ହାଟ ଯାନ ବାହାନ ଯାତାୟତ ହେବା ସହିତ ପ୍ରତି ବନ୍ଧକ ହେବାକୁ ଥିବାରୁ ନିକଟ ପଡ଼ିଆରେ ନିୟନ୍ତ୍ରଣ ବଜାର କମିଟି ପଡ଼ିଆରେ ପିଣ୍ଡି କରାଯାଇ ଅନ୍ୟାନ୍ୟ ଆବଶ୍ୟକ ସ୍ଥାୟ ସମାଧାନ କରାଯିବ ବୋଲି ଶ୍ରୀଯୁକ୍ତ ରାଠୋର ସୂଚନା ଦେଇଥିଲେ । ଗତ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଧାରଣା ଦେଇଥିବା ଲୋକ ମାନଙ୍କୁ ବରୀ ଗ୍ରାମବାସୀଙ୍କୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ପାଇଁ ବିଧାୟୀକା ଶ୍ରୀମତୀ ଦାସଙ୍କୁ ପ୍ରତିଶୃତି ଦେବାପରେ ଧାରଣାକାରୀ ମାନେ ଧାରଣାରୁ ଉଠିଥିଲେ । ବରୀ ପଂଚାୟତ ଅଧ୍ୟକ୍ଷ ଶ୍ରୀମତୀ ଦାସ ଥିବା ବେଳେ, ଦେଇଥିବା ଅର୍ଥ ରାଶିର ସମ୍ପୁର୍ଣ୍ଣ ବିନିଯୋଗ କରାଯାଇ ନଥିବାରୁ ସେଠାରେ ସବୁଦିନିଆ ପାଇଁ ରାସ୍ତା କରାଯାଇଥିଲା । ଯାଜପୁର ଜିଲ୍ଲାପାଳ ଏହି ସ୍ଥାନ ଗୁଡ଼ିକ ଦେଖିବା ସହିତ ଆଗାମୀ ବର୍ଷାଋତୁ ଆସିବା ପୂର୍ବରୁ ଏଠାରେ କାର୍ଯ୍ୟ ସମ୍ପୁର୍ଣ୍ଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । କଳାମାଟିଆ ଦଳିତ ସାହିର ରାସ୍ତାକୁ ମଧ୍ୟ ବୁଲି ଦେଖିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଫେବୃଆରୀ ୪ ତାରିଖରେ ବିଧାୟୀକାଙ୍କ ସହିତ ପ୍ରକଳ୍ପ ଗୁଡ଼ିକ ଜିଲ୍ଲାପାଳ ବୁଲି ଦେଖିଥିଲେ । ତହିଁ ମଧ୍ୟରୁ ରତ୍ନଗିରି ବାଇପାସ ରାସ୍ତା ୪କୋଟି ୨୩ଲକ୍ଷ ଟଙ୍କା ଟେଣ୍ଡର ହେବାକୁ ଯାଉଥିବା ବେଳେ, ସହିଦ ପୀଠର ଉନ୍ନତି କରଣ କାମ ଗୁଡ଼ିକ କରାଯାଉଚି । ବରୀ ମାଉଣ୍ଡଠାରେ ସ୍ଥାଇହାଟ ନିୟନ୍ତ୍ରୀତ ବଜାର କମିଟି ମାଧ୍ୟମରେ ଟେଣ୍ଡର ହେବାକୁ ଯାଉଚି । ଯାଜପୁର ଜିଲ୍ଲାପାଳ ବରୀ ଗସ୍ତରେ ଆସିଥିବା ବିଡିଓ ଶିବାନନ୍ଦ ସ୍ୱାଇଁ, ବିଜେଡ଼ି ପଥ ପଦର୍ଶକ ଦେବେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ବରୀ ବ୍ଲକ ସଭାପତି କେଦାର ସାମଲ, ସୁଶାନ୍ତ ଦାସ, ସରପଂଚ ହରପ୍ରିୟା ସାହୁ, ସୋନାଲି ସିଂ, ରଶ୍ମିତା ପରିଡ଼ା, ସମିତି ସଭ୍ୟା ପ୍ରିୟଙ୍କା ଦାସ, ସମିର ମଲିକ ଯୋଗଦାନ କରିଥିଲେ ।

Related Posts

About The Author

Add Comment