ବାରିପଦା, ୨୫.୦୧.୨୦୨୧(ସନ୍ଧାନ ନିଉଜ୍):- :ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ମୋ ସ୍କୁଲ ଅଭିଯାନର ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମରେ ଶନିବାର ଯୋଡ଼ିହୋଇଛନ୍ତି ୧୫ ଆଇଏଏସ୍, ଜଣେ ଆଇପିଏସ୍ ଓ ଜଣେ ଆଇଏଫ୍ଏସ୍ ଅଧିକାରୀ । ଅଭିଯାନରେ ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମରେ ଗତକାଲି ୧୬ ବରିଷ୍ଠ ପ୍ରଶାସନିକ ଅଧୁକାରୀ(ଆଇଏଏସ୍) ୧୬ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିଲେ । ଦିନକରେ ପରେ ଆଉ ୧୭ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି । ନିଜେ ସ୍କୁଲ ମନୋନୟନ କରିବା ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏନେଇ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର ବାଲକ୍ରିଷ୍ଣନ ଯାଜପୁର ଜିଲା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବଲାଙ୍ଗିରର ଟିଟିଲାଗଡ଼ ହାଇସ୍କୁଲକୁ ମନୋନୟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା ମାଲକାନଗିରି ଜିଲାର ବଡ଼ପଦା ଆଶ୍ରମ ହାଇସ୍କୁଲ, ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେକି ଖୋର୍ଦ୍ଧାର ବିଜେବି ହାଇସ୍କୁଲ, ଅଜିତ ରଞ୍ଜନ ବର୍ଜନ ଜଗତ୍ସିଂହପୁର ସ୍ଥିତି ସାରଦା ଏକାଡେମୀ କନକପୁର ପଞ୍ଚାୟତ ରାଜ ବିଭାଗର ଅତିରିକ୍ତ ସଚିବ ସିଏସ୍ କୁମାର ମାଲକାନଗିରିର ସରକାରୀ ଉଚ୍ଚ ବିଦ୍ୟାଳୟ ଇସ୍ପାତ ଶିଳ୍ପର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଯାଜପୁର ଜିଲ୍ଲାର ଦଶରଥପୁର ହାଇସ୍କୁଲ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଶାସନ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ଝାରସୁଗୁଡ଼ା ଜିଲାର ସରବାହାଲ ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ସେହିପରି ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବାଲେଶ୍ଵର ଜିଲାର ବି.କେ ଏକାଡେମୀ, ଡି.ଭି ସ୍ଵାମୀ ସମ୍ବଲପୁରର ବୁଦ୍ଧରାଜ ନୋଡାଲ ହାଇସ୍କୁଲ, ସମ୍ବଲପୁର ଆରଡିସି ନିରଞ୍ଜନ ସାହୁ ବାଲେଶ୍ୱର ଜିଲାର ଫତେପୁର ହାଇସ୍କୁଲ, ରାଜେଶ ପ୍ରଭାକର ପାଟିଲ ମୟୁରଭଞ୍ଜର ପିସିପୁର ହାଇସ୍କୁଲ ବାରିପଦା, ଅନୁସୂଚିତ ଜାତି ଓ ଜନତା ବିଭାଗର ନିର୍ଦ୍ଦେଶିକା ଗୁହା ପୁନମ୍ ରାୟଗଡ଼ାର ଡିମୋସରା ଏସ୍ଏଡି ହାଇସ୍କୁଲ, ରାଜ୍ୟ ଶ୍ରମ କମିସନର ଏନ୍.ତିରୁମାଲ୍ଲା ନାୟକ କେନ୍ଦୁଝର ଜିଲାର ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଶିଳ୍ପ ନିର୍ଦ୍ଦେଶକ ଏମ୍ଡି, ସାଦିକ୍ ଆଲାମ୍ ରାୟଗଡ଼ା ଜିଲାର ଗୁଣପୁର ସରକାରୀ ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ବାଛିଛନ୍ତି । ପ୍ରଥମଥର ପାଇଁ ଆଇପିଏସ୍ ଓ ଆଇଏଫଏସ୍ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି । କ୍ରାଇମବ୍ରାଞ୍ଚ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର। ପ୍ରିୟଦର୍ଶୀ କ୍ୟାପିଟାଲ ହାଇସ୍କୁଲ ଭୁବନେଶ୍ୱରକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବାବେଳେ ଆଇଏଏସ୍ ଅଧୁକାରୀ ସୁଧ୍ୟଶୁ ଖୋରା କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବାଛିଛନ୍ତି । ମୁଖ୍ୟତଃ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଅଧିକାରୀ ବିଦ୍ୟାଳୟର ସାମଗ୍ରିକ ବିକାଶ, ଭିତ୍ତିଭୂମି ସୁଦୃଢ, ପାହାର ବୃଦ୍ଧି, ଗୁଣାତ୍ମକ ଶିକ୍ଷାର ବିକାଶ ଭଳି ଉନ୍ନୟନମୂଳକ କାମକୁ ପ୍ରାଧାନ୍ୟ ଦେବେ।
ପୋଷ୍ୟ ସ୍କୁଲରେ ଯୋଡ଼ି ହେଲେ ଆଇପିଏସ୍ ଅଧିକାରୀ
|
January 25, 2021 |
![](https://sandhannews.com/wp-content/uploads/2021/01/SAN-1.jpg)