ପୋଷ୍ୟ ସନ୍ତାନ କର୍ମଶାଳା ଅନୁଷ୍ଠିତ

Spread the love

ଯାଜପୁର, ୩୦/୧୧/୨୦୨୧ (ସନ୍ଧାନ ନିଉଜ) : ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସରକାର ଆଇନର ବ୍ୟବସ୍ଥା କରିଚ୍ଥନ୍ତି । ତେଣୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଗ୍ରହି ବ୍ୟକ୍ତିବିଶେଷ ନିର୍ଦ୍ଧାରିତ ପ୍ରକ୍ରିୟାକୁ ଅନୁସରଣ କରିବାକୁ ବକ୍ତା ମାନେ ମତବ୍ୟକ୍ତ କରିଚ୍ଥନ୍ତି । ଯାଜପୁର ଜିଲ୍ଳ୍ା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ପୋଷ୍ୟ ସନ୍ତାନ ସଂପର୍କିତ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାକୁ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉଦ୍ଘାଟନ କରି ଶିଶୁ ମାନେ ଦେଶର ଭବିଷ୍ୟତ ହୋଇଥିବାରୁ ପ୍ରତିଟି ଶିଶୁର ସୁରକ୍ଷା ଅଧିକାର ଓ ଦାୟିତ୍ୱ ସଂପର୍କରେ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ବିଷୟ ବିଷାରଦ ଭାବେ ଯୋଗଦେଇ ସାମାଜିକ କର୍ମୀ ତଥା ବସୁନ୍ଧରା ସ୍ୱତନ୍ତ୍ର ପୋଷ୍ୟ ସଂସ୍ଥାର ପରିଚାଳକ ଅକ୍ଷୟ କୁମାର ସ୍ୱାଇଁ ପୋଷ୍ୟ ସନ୍ତାନ ଗ୍ରହଣର ନିୟମ, ଆଇନ, ବ୍ୟବସ୍ଥା ଓ ପ୍ରକି୍ରୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ୧୯୮୬ ମସିହା ଠାରୁ ଆମ ଦେଶରେ ପୋଷ୍ୟ ସନ୍ତାନ ଆଇନ ହୋଇଥିଲେ ମଧ୍ୟ ୨୦୦୦ ମସିହା ଠାରୁ ଏହାକୁ ଅଧିକ କ୍ରିୟାଶୀଳ କରାଯାଇଚ୍ଥି । ବର୍ତ୍ତମାନ ୨୦୧୭ ପୋଷ୍ୟ ସନ୍ତାନ ନିୟମାବଳୀ ସମଗ୍ର ଦେଶରେ କାର୍ଯ୍ୟକାରୀ ହେଊଚ୍ଥି । ଶିଶୁଟି ଏକ ପରିବାର ଆବଶ୍ୟକ କରେ ଓ ପ୍ରତିଟି ଶିଶୁ ପରିବାରରେ ହିଁ ସୁରକ୍ଷିତ । ଦମ୍ପତ୍ତି, ଏକକ ପିତା ବା ମାତା ଚାହିଁଲେ ମଧ୍ୟ ପୋଷ୍ୟ ସନ୍ତାନ ନିୟମ ଅନୁସାରେ ଗ୍ରହଣ କରିପାରିବେ ବୋଲି ସେ କହିଥିଲେ । ଜିଲ୍ଳ୍ା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି ଓ ଶିଶୁ ରୋଗ ବିଶେଷଜ୍ଞ ଡା. ସୁପ୍ରକାଶ ଶତପଥୀ ଶିଶୁ ମାନଙ୍କର ସୁରକ୍ଷା, ଯନô, ଲାଳନ ପାଳନ, ବ୍ୟବହାର ଓ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କର କର୍ତ୍ତବ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ଯାଜପୁର ଥାନା ଆଇ.ଆଇ.ସି. ଅଜୟ କୁମାର ଜେନା, ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ସଂପର୍କିତ ଆଇନକୁ ନିୟମ ମୁତାବକ ଅନୁପାଳନ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଏଥିରେ ଅଧ୍ୟକ୍ଷତା କରିବା ସହ ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା କରିଚ୍ଥନ୍ତି । ଆମ ଜିଲ୍ଳ୍ାରେ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଳ୍ା ଟାସ୍କ ପୋଂର୍ସ କମିଟି ଗଠନ କରାଯାଇ ଜିଲ୍ଳ୍ାରେ ପୋଷ୍ୟ ସନ୍ତାନ ପ୍ରକ୍ରିୟାକୁ ନିୟମ ଅନୁସାରେ କାର୍ଯ୍ୟକାରୀ କରାଯାଉଚ୍ଥି ବୋଲି କହିଥିଲେ । ପୋଷ୍ୟ ସନ୍ତାନ ସଂପର୍କୀତି ବାରମ୍ୱାର ପ୍ରଚର୍ାଯାଉଥିବା ପ୍ରଶ୍ନ ବା ଏପଂ.ଏ.କୁ୍ୟ. ର ଏକ ସଂକଳନକୁ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଅ୍ର୍ଚ୍ଚନା କୁମାରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ସଦସ୍ୟ ତଥା ଆଇନ ପରାମର୍ଶ ଦାତା ତପନ କୁମାର ପଣ୍ଡା, ସଦସ୍ୟ କାଳି ପ୍ରସାଦ ସାହୁ, ରବିନ୍ଦ୍ର ସେଠୀ, ପଦ୍ମ ଚରଣ ସାମନ୍ତରାୟ, ବିଶ୍ୱନାଥ ଦାସ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଚାଇଲଡ ଲାଇଡ କର୍ମକର୍ତ୍ତା, ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସି.ଡି.ପି.ଓ., ଅଙ୍ଗନୱାଡି ସୁପରଭାଇଜର, ୱାନ ଷ୍ଟପ ସେଣ୍ଟରର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment