ବେତନଟୀ, ୩୦.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ଗତକାଲି ବେତନଟୀ ଥାନା ଅଧୀନ ଓରାଚନ୍ଦାବିଲାରେ ପୋଲ କାମ ବେଳେ ମାଟି ଓ କଂକ୍ରିଟ୍ ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଓ ପରେ ମାଡ଼ଗୋଳ ଘଟଣାରେ ଦୁଇଟି ପୃଥକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି ବେତନଟୀ ପୁଲିସ। ଶ୍ରମିକ ମୃତ୍ୟୁ ମାମଲାରେ ସାଇଟ୍ ସୁପରଭାଇଜର ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ସହାୟକ ରାଜେନ୍ଦ୍ର ମହାନ୍ତଙ୍କୁ ଗିରଫ କରା ଯାଇଥିବା ବେଳେ ମୁଖ୍ୟ ଶ୍ରମିକ ଶତ୍ରୁଘ୍ନ ମହାଳିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ସାଇଟ୍ ସୁପରଭାଇଜର ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଏତଲା କ୍ରମେ ମୃତ ଦୀପକଙ୍କ ଭାଇ ଶିବ ସିଂଙ୍କୁ ଗିରଫ କରାଯାଇଛି। ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ ସୂଚନାଯୋଗ୍ୟ; ଓରାଚାନ୍ଦାବିଲା ନିକଟରେ ପୂର୍ଡ ବିଭାଗ ପକ୍ଷରୁ ୧୧ କୋଟି ବ୍ୟୟରେ ଏକ ପୋଲ ନିର୍ମାଣ ହେଉଛି। ଗତକାଲି ସକାଳେ ମୁଖ୍ୟ ଶ୍ରମିକ ଶତ୍ରୁ ମହାଳିକଙ୍କ ନିର୍ଦ୍ଦେଶରେ ୬ ଜଣ ଶ୍ରମିକ ପୋଲର ଶେଷ ରେ ପଶିଥିଲେ । ଶ୍ରମିକମାନେ କାମ କରୁଥିବାବେଳେ ହଠାତ୍ ୱେର କାଛ ଧସିଯାଇଥିଲା। ଫଳରେ ରାସଗୋବିନ୍ଦପୁର ଥାନା ଧାନଶୋଳ ଗ୍ରାମର ଦୀପକ ସିଂ (୨୨)ଙ୍କ ସହ ଅନ୍ୟ ୫ ଜଣ ଶ୍ରମିକ ମାଟି, କଂକ୍ରିଟ୍ ତଳେ ଚାପି ହୋଇ ଯାଇଥିଲେ। ପାଖରେ ଥିବା ଅନ୍ୟ କର୍ମଚାରୀମାନେ ସମସ୍ତଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଦୀପକଙ୍କର ମୃତ୍ୟୁ ହୋଇ ଯାଇଥିଲା। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅନୁପସ୍ଥିତିରେ ବିପଦପୂର୍ଣ୍ଣ କାର୍ଯ୍ୟ ହେଉଥିବା ତଥା ବିନା ସୁରକ୍ଷାରେ ଶ୍ରମିକମାନଙ୍କୁ କାମ କରାଉଥିବା ଅଭିଯୋଗ କରି ମୁଖ୍ୟ ଶ୍ରମିକ ଶ୍ରୀ ମହାଳିକ ଓ ତାଙ୍କ ସହାୟକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା । ଶ୍ରୀ ମହାଳିକ ଏବେ ଗୁରୁତର ଅବସ୍ଥାରେ ବାରିପଦା ପିଆରଏରେ ଚିକିତ୍ସାଧୀନ ଅଛନ୍ତି।
ପୋଲ ନିର୍ମାଣ ବେଳେ କଂକ୍ରିଟ୍ ଧସି ଶ୍ରମିକଙ୍କ ମୃତ୍ୟୁ ଘଟଣା
|
January 30, 2021 |



