ପୋଲ ନଥିବାରୁ ତାରରେ ଝୁଲା ପୋଲ କରିଥିଲେ ଗାଁ ଲୋକେ । ବିପଦ ଥିବାରୁ ତାର କାଢ଼ି ଦେଇ ଚୁପ୍ ପ୍ରଶାସନ

Spread the love

ବାଲିଗୁଡା, 2/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- କିଛି ଦିନ ତଳେ ଖବରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ର ବିରିନ୍ଦାପଡା ଗାଁ ଅଂଚଳ । ଏକ ଝୁଲା ତାରରେ ଲୋକେ କାଳିପେନୁ ନଦୀ ପାର ହେବାର ଚିତ୍ର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ପ୍ରଶାସନ ପାଖରେ ବାରମ୍ବାର ପୋଲ ପାଇଁ ଦାବି କରି ନିରାଶ ହୋଇ ଲୋକେ ନିଜ ପାଇଁ ତାରରେ ନିର୍ମାଣ କରିଥିଲେ ଝୁଲା ପୋଲ । ପ୍ରତି ମୂହୁର୍ତ୍ତରେ କାଳିପେନୁ ନଦୀ ଦେଇ ବିପଦପୁର୍ଣ୍ଣ ଯାତ୍ରା କରୁଥିଲେ ଘଟଣା ଗଣମଧ୍ୟମରେ ପ୍ରକାଶ ପାଇଲା । ତାପରେ ଚେତିଲା ପ୍ରଶାସନ । ଘଟଣାସ୍ଥଳରେ ପ୍ରଶାସନ ପଂହଚି ତାର ଗୁଡିକୁ କାଢି ପକାଇଥିଲେ ପ୍ରଶାସନିକ ଅଧିକାରୀ । ତେବେ ତାର କାଢିବା ପରେ କିପରି ରହିଛି ଅଂଚଳର ଗମନାଗମନ ଅବସ୍ଥା ଘଟଣା ଜାଣିବା ପାଇଁ ଘଟଣା ସ୍ଥଳରେ ପହଁଚିଥିଲା ଆମ ପ୍ରତିନିଧି । ତେବେ ତାର କିଢିଦିଆଯିବା ପରେ ସେହି ଅଂଚଳରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ । ବାଇକଟିଏ ମଧ୍ୟ ଯାଇପାରିବ ନାହିଁ । କେବଳ ଏତିକି ନୁହେଁ ଏହି ରାସ୍ତା ୧୨ ରୁ ୧୫ କିଲୋମିଟର ଦୂର ହେବ ଏହି ପରି ରହିଛି । ଏପରି ରାସ୍ତାରେ ପଂଚାୟତକୁ ଯିବା ପାଇଁ ଗ୍ରାମବାସୀ ରୋକଠୋକ ମନା କରିଦେଇଛନ୍ତିା ଏପଟେ ତାର କାଢି ଦିଆଯିବା ପରେ ଲୋକେ ବିପଦପୂର୍ଣ୍ଣ ଭାବରେ ପାଣି ଭିତରେ ପଶି ପ୍ରତିଦିନ ଯାଆସ କରୁଛନ୍ତି । ପ୍ରତିଦିନ ପାଣି ଭିତରେ ବାଜିରେ ଲାଗୁଛି ଜୀବନ । ସେତେବେଳେ ତାର ଝୁଲାରେ ଯିବାରେ ବିପଦ ରହିଥିଲା । ଏବେ ପାଣି ଭିତରେ ରହିଛି ବିପଦ ।ପ୍ରଶାସନ କେବଳ ତାର କାଢି ଦେଇ କାମ ସାରି ଦେଇଛି କହିଲେ କିଛି ଭୁଲ୍ ହେବନାହିଁ । କିନ୍ତୁ ଉପାନ୍ତ ଅଂଚଳର ଏହି ରାସ୍ତାକୁ ମରାମତି ନେଇ କିଛି ଧ୍ୟାନ ଦେଇନଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରି ବିପଦ ପୂର୍ଣ୍ଣ ଯାତ୍ରା ଭିତରେ ପାଠପଢି ନିଜର ଭାଗ୍ୟ ବଦଳାଇବାକୁ ସରକାରଙ୍କୁ ପୋଲ ଟିଏ ନିର୍ମାଣ କରିବାକୁ ନିବେଦନ କରିଛନ୍ତି ଅଂଚଳର ଛାତ୍ରଛାତ୍ରୀ ।

Related Posts

About The Author

Add Comment