ପୋଲିସ-ମାଓବାଦୀ ଗୁଳି ବିନିମୟ : ୪ ମାଓବାଦୀ ମୃତ

Spread the love

ମାଲକାନଗିରି, ୬/୭ (ସନ୍ଧାନ ନିୟୁଜ ) ମାଲକାନଗିରି ସୀମାନ୍ତ ଛତିଶଗଡ଼ ଧମତରି ଜିଲା ଗମେଚକା ଥାନା ଅଞ୍ଚଳରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଏସ୍‌ଟିଏଫ୍‌ ଓ ଡିଏଫ୍‌ ଯବାନମାନେ ପ୍ରତିଦିନ ପରି କୋମ୍ବିଂ ଅପରେଶନକୁ ବାହାରିଥିଲା ବେଳେ ମାଓବାଦୀମାନେ ଖଲାରୀ ଏବଂ ମେଚକା ଗ୍ରାମ ଜଙ୍ଗଲରେ ଏକ ବୈଠକ କରୁଥିବା ଜାଣିବାକୁ ପାଇଥିଲେ। ତେବେ ଯବାନମାନେ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଥିବାବେଳେ ମାଓବାଦୀମାନେ ଏହା ଜାଣିପାରି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୪ ମାଓବାଦୀ ନିହତ ହୋଇଥିବାବେଳେ ସେହି ସ୍ଥାନରୁ ୭ଟି ବନ୍ଧୁକ ଜବତ କରାଯାଇଛି। ଏଥିରେ ଆହୁରି ଅନେକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରି ଉକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜୋରଦାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ।

Related Posts

About The Author

Add Comment