ପୋଲିସ୍ ର ଚଢ଼ାଉ ଗିରଫ ହେଲେ ୫ ଖଣି ମାଫିଆ

Spread the love

ରଣପୁର,13.01.2021(ସନ୍ଧାନ ନିଉଜ୍): ଚାନ୍ଦପୁର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ୍‌ ଭାବେ ଦୀର୍ଘଦିନ ଧରି ପଥର ଖଣି ଖନନ କାର୍ଯ୍ୟ ଚାଲୁ ରହିଥିଲା । ସୂଚନା ପାଇ ରବିବାର ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ଅଚାନକ ଏହି ବେଆଇନ୍‌ ଖଣିଗୁଡିକ ଉପରେ ଚଢାଉ କରିଥିଲେ  । ଝାଡପଡା ରାଜସ୍ୱ ସର୍କଲର ଜଙ୍କିଆ ଓ ମୟୂରଝାଲିଆ ଅଞ୍ଚଳରେ ଏହି ଖଣିଗୁଡିକ ଅବସ୍ଥିତ  । ପୋଲିସର ଅତର୍କିତ ଚଢାଉରେ ଖଣି ମାଫିଆ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା  । ପୋଲିସ ମୟୂରଝାଲିଆ ଗ୍ରାମର ରମେଶ ପ୍ରଧାନ, ଅମରେନ୍ଦ୍ର ପ୍ରଧାନ ଓ କମାଗୁରୁ ଗ୍ରାମର ମୁକୁନ୍ଦ ଭୁଜବଳ, ଶରତ ଦାଶ, ପଙ୍କଜ ବେହେରାକୁ ଗିରଫ କରିବା ସହ ଏକ ଟ୍ରାକ୍ଟର ଓ ଗୋଟିଏ ବାଇକ୍‌ ଜବତ କରିଛି । ଗିରଫ ବ୍ୟକ୍ତିମାନଙ୍କୁ ମଙ୍ଗଳବାର କୋର୍ଟ ଚାଲଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଇଛି ।

Related Posts

About The Author

Add Comment