ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

Spread the love

ବାଲିଗୁଡା: ୦୭/୯/୨୩ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ପୋଲରୁ ନଦୀ ଗର୍ଭରେ ପଡ଼ି ବ୍ୟକ୍ତି ନିଖୋଜ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରେ । ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ (ହଜୁ)ବୟସ ୪୮ ହୋଇଥିବା ସୂଚନା । ଘଟଣା ପ୍ରକାରେ ଚୈତନ୍ୟ ଜନ୍ମାଷ୍ଟମୀ ଅବସରରେ ନିଜ ଶ୍ବଶୁର ଘର ମୁଠାବାଲି ଗ୍ରାମକୁ ବୁଲିବାକୁ ଆସିଥିଲେ ।  ଗୁରୁବାର ଦିନ ସକାଳେ ନିଜ ଗ୍ରାମକୁ ଫେରିବା ସମୟରେ ନିଶାସକ୍ତ ଅବସ୍ଥାରେ ମୁଠାବାଲି ଗ୍ରାମ ନିକଟସ୍ଥ ଖଡ଼ଗ ନଦୀ ଉପରେ ନବ ନିର୍ମିତ ପୋଲ ଉପରେ ଦେଇ ଯାଉଥ‌ିବା ବେଳେ ନିଜର ଭାରସାମ୍ୟ ହରାଇ ନଦୀ ଗର୍ଭକୁ ଖସିପଡ଼ି ନଦୀ ସ୍ରୋତରେ ଭାସି ଯାଇଥିଲେ । ଏ ସମ୍ପର୍କରେ ଖବରପାଇ ଅଞ୍ଚଳବାସୀ ସଙ୍ଗେ ସଙ୍ଗେ ନିକଟସ୍ଥ ପଡୋଶୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ କଣ୍ଟାମାଳ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଥ‌ିବା ବେଳେ ଗୁରୁବାର ଅପରାହ୍ନ ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କୁ ଠାବ କରି ପାରିନଥ‌ିବା ଜଣାପଡ଼ିଛି ।

Related Posts

About The Author

Add Comment