ଜେନାପୁର/୨୨/୩ (ସନ୍ଧାନ ନ୍ୟୁଜ୍): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୋଖରୀ କୂଳରେ ଏକ ନବଜାତ ଶିଶୁ ପୁତ୍ର ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ଶନିବାର ସକାଳୁ ଏହି ଥାନା ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଶ୍ୟାମସୁନ୍ଦର ପୁର ଗ୍ରାମ ର ଏକ ପୋଖରୀ କୂଳରେ ଶିଶୁ ଟି ପଡ଼ି ଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।ଶିଶୁର ସମ୍ପୂର୍ଣ୍ଣ ଶରୀର ରକ୍ତ ଓ ଲାଳ ଜୁଡୁବୁଡୁ ହୋଇ ଥିବାରୁ ଏହା ନବଜାତ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଘଟଣା ପ୍ରଚାର ହେବା ପରେ ଦେଖିବା ପାଇଁ ସେଠାରେ ବହୁ ଲୋକ ରୁଣ୍ଡ ହୋଇଥିଲେ। ଖବର ପାଇ ଜେନାପୁର ଥାନା ସବଇନ୍ସପେକ୍ଟର ରଞ୍ଜନ କୁମାର ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ପୁତ୍ର ଟିକୁ ଉଦ୍ଧାର କରି ଥିଲେ।ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିବା ସହିତ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ମେଡ଼ିକାଲ କୁ ପଠା ଯାଇଥିବା ଜଣାପଡିଛି।
ପୋଖରୀ ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର।
|
March 23, 2025 |
