ପୋଖରୀ ଖନନକୁ ନେଇ ଅସନ୍ତୋଷ

Spread the love

ବେତନଟୀ, ୦୮.୦୨.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜର ହାତ ଗଣତି ସୁନାମଧନ୍ୟ ପୁରା ରାତି ନ ହାଇସ୍କୁଲ ମଧ୍ୟରେ ଏମପିସି ହାଇସ୍କୁଲ ଅନ୍ୟତମ । ବହୁ ବାଦ୍ୟ ନ୍ୟ ବ୍ୟକ୍ତିଙ୍କ ମୁକ୍ତହସ୍ତରେ ଦାନ ଏବଂ ସ୍ଥାନୀୟ କିଛି ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ନିରବ ଛି ସଂଘର୍ଷ ପାଇଁ ସ୍ଥାପନ ହୋଇଥିବା ଏହି ସ୍କୁଲ ଅତୀତରେ ବହୁ ଗୌରବର ଅଧିକାରୀ ରହିଥିଲା । ତେବେ ପରିବର୍ତ୍ତିତ ସମୟ ଏବଂ ପରିସ୍ଥିତି ସହିତ ବିଭାଗୀୟ ଅପାରଗତା ପାଇଁ ଏବେ ବିଦ୍ୟାଳୟର ଅଧପତନ ଘଟିଚାଲିଛି । ତେବେ ବିଦ୍ୟାଳୟର ପୂର୍ବ ପାର୍ଶ୍ଵ କୁ ଥିବା ସ୍କୁଲ ପୋଖରୀକୁ ଆବଶ୍ୟକତା ଠାରୁ ଅଧିକ ଖୋଳି ଦିଆ ଯାଇଥିବା ବେଳେ ଏବେ ଏହା ବୁଲା ଗୋରୁ ଗାଇଁ, ପଶୁ ତଥା ମଣିଷଙ୍କ ଜୀବନ ପ୍ରତି ବିପଦ ସାଜିଛି ସ୍କୁଲ ପୋଖରୀକୁ କାହା ଅନୁମତି ରେ ଖୋଳାଗଲା ସେନେଇ ସ୍କୁଲ କର୍ତ୍ତୃପକ୍ଷ ସଠିକ ତଥ୍ୟ ମଧ୍ୟ ଦେଇପାରୁ ନାହାନ୍ତି । ତେବେ ବିଦ୍ୟାଳୟର ଏ ଭଳି ବିଭିନ୍ନ ସମସ୍ୟାନେଇ ପୁରାତନ ଛାତ୍ର ମାନଙ୍କ ପକ୍ଷରୁ  ରବିବାର ଏକ ବୈଠକର ଆୟୋଜନ କରାଯାଇଥିଲା । ଏନେଇ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର ମଧ୍ୟ କରାଯାଇଥିଲା । ଜୟ ୫ କୁମାର ପଟ୍ଟନାୟକଙ୍କ ଆବାହକତ୍ବ ରେ ରବିବାର ସ୍ଥାନୀୟ ଜାତୀୟରାଜପଥ ଡାକବଙ୍ଗଳା ପରିସରରେ ଆୟୋଜିତ ବୈଠକରେ ପ୍ରାକ୍ତନ ଶିକ୍ଷକ ଗଦାଧର ପରିଡା, ବରିଷ୍ଠ ଆଇନଜୀବୀ ନ ହିମାଂଶୁ କୁମାର ପରିଡା, କୈଳାଶ ଚନ୍ଦ୍ର‌ ଅଗ୍ରୱାଲ, ରତିକାନ୍ତ ବେହେରା, ମହେଶ୍ୱର ମିଶ୍ର, ରାମେଶ୍ୱର ମିଶ୍ର, ବେତନଟୀ ବାର ଏସୋସିଏସନ ସଭାପତି ଅରୁପ କୁମାର ଘୋଷ, ପ୍ରମୋଦ କୁମାର ସିଂବାବୁ, ବିକାଶ  ବେହେରା, ପ୍ରକାଶ ବେହେରା, ଅନ୍ତର୍ଯ୍ୟାମୀ  ମହାପାତ୍ର, ବିରଞ୍ଚି ନାରାୟଣ ପଣ୍ଡା, ପଞ୍ଚାନନ ଦାଶ, ସୁନୀଲ କୁମାର ଅଗ୍ରୱାଲ, ମଦନ ବିନ୍ଧାଣୀ, ଇଂ. ସୁସାନ୍ତ ବଳା, ଭବାନୀଶଙ୍କର ମିଶ୍ର, ମୂରଲୀଧର ନାୟକ, ଶୁଭେନ୍ଦୁ ଦାସ, ପ୍ରବୀର ବାରିକ, ତପନ ପରିଡା, ଅନିଲ ମହାପାତ୍ର, ପ୍ରଶାନ୍ତ ନାଥ, ଉଦିତ ପରିଡାଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ ଉପସ୍ଥିତ ପୁରାତନଛାତ୍ର ଗଣ ପୋଖରୀ ଖନନ କାର୍ଯ୍ୟ ତଦାରଖ ପାଇଁ ସରଜମିନ ପରିଦର୍ଶନ କରିଥିଲେ । ତେବେ ଉକ୍ତ ବୈଠକରେ ପ୍ରଧାନଶିକ୍ଷକ ଯୋଗ ନଦେବାରୁ ଅସନ୍ତୋଷ ଦେଖାଦେଇଥିଲା । ଏକ ପ୍ରତିନିଧି ମଣ୍ଡଳୀ ପ୍ରଧାନଶିକ୍ଷକଙ୍କୁ ସାକ୍ଷାତକରି କାହା ଅନୁମତିରେ ଏଭଳି ପୋଖରୀ ଖୋଳାଗଲା ସେନେଇ ଆଲୋଚନା କରାଯିବବୋଲି ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ବିଶ୍ବନାଥ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment