ପୋଖରୀରେ ବୁଡ଼ି ନାବାଳିକା ମୃତ: ୨ ଗୁରୁତର, ମେଡିକାଲରେ ଭର୍ତ୍ତି

Spread the love

ନୂଆପଡ଼ା ୫/୬ (ସନ୍ଧାନ ନିୟୁଜ) ଦୁଃଖଦପୂର୍ଣ୍ଣ ଘଟଣା। ନୂଆପଡ଼ା ଜିଲ୍ଲାରେ ବୋଡେନ ଥାନା ଅନ୍ତର୍ଗତ ଧରଣୀମଲ ଗ୍ରାମରେ ଏକ ପୋଖରୀରେ ସ୍ନାନ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ନାବାଳିକା ଜଣକ ପୋଖରୀରେ ତା’ର ଦୁଇ ସାଥିଙ୍କ ସହିତ ଗାଧୋଇବହାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ମୃତକର ନାମ ଖୁଶବୁପ୍ରିୟା ସାହୁ (୧୧)। ଗୁରୁତର ଭାବେ ଉଦ୍ଧାର ହୋଇଥିବା ଦୁଇ ଭଉଣୀ ଦୁଇ ଭଉଣୀ ଖୁସଲୀ ସାହୁ (୮) ଏବଂ ଉପାସନା ସାହୁ (୭ ) ଙ୍କ ଅବସ୍ଥା ଗୁରୁତର। ଦୁହିଁଙ୍କୁ ଗମ୍ଭୀର ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖରିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟଯେ, ଗାଧୋଉଥିବା ବେଳେ ଦୁର୍ଭାଗ୍ୟ ବଶତଃ, ତିନିଜଣ ଗଭୀର ପାଣିରେ ଖସିଯାଇଥିଲେ। ତିନି ଜଣଙ୍କୁ ଜେଜେମା’ ଏବଂ ଗା ଲୋକ ମିସିକରି ବଞ୍ଚାଇଥିଲେ ଏବଂ ସିନାପାଲୀ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଖୁଶବୁପ୍ରିୟାକୁ ମୃତ ଘୋଷଣା କରିଥିଲେ ଡାକ୍ତର। ପରେ ଖୁସଲୀ ଏବଂ ଉପାସନାକୁ ଖରିଆର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

Related Posts

About The Author

Add Comment